www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ରଶ୍ମିରଞ୍ଜନ ଗୁରୁତର

ପୁରୀ: ସୋମବାର ରାତିରେ ପୁରୀ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରଶ୍ମିରଞ୍ଜନ ପଣ୍ଡା ଗୁରୁତର ଆହତ ହୋଇଛି। ରଶ୍ମିରଞ୍ଜନଙ୍କୁ ପୁଲିସ ତାଳବଣିଆ ଅଞ୍ଚଳରେ ଏନକାଉଣ୍ଟର କରିଛି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ଚିକିତ୍ସା ପାଇଁ ପୁଲିସ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ସୋମବାର ରାତିରେ ସିଦ୍ଧମହାବୀର ଅଞ୍ଚଳରେ ଘଟିଥିବା ଏକ ଗୁଳିକାଣ୍ଡରେ ରଶ୍ମିରଞ୍ଜନ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ସୂଚନାଯୋଗ୍ୟ, ସୋମବାର ରାତିରେ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଅଞ୍ଚଳରେ ରାକେଶ ନାୟକ ନାମକ ଯୁବକଙ୍କୁ ଗୁଳିମାଡ଼ କରାଯାଇଥିଲା। ରାକେଶ ପୂର୍ବରୁ ବେଙ୍ଗାଲୁରୁରେ ଏକ ହୋଟେଲରେ କାମ କରୁଥିଲେ। କିଛି ଦିନ ତଳେ ପୁରୀ ଆସିଥିଲେ। ରାକେଶ ଗତକାଲି ରାତି ପ୍ରାୟ ୮ଟାରେ ସିଦ୍ଧମହାବୀର ଅଞ୍ଚଳ ଦେଇ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ। ତାଙ୍କ ଡାହାଣ ଗୋଡ଼ରେ ୪ଟି ଏବଂ ବାମଗୋଡ଼ରେ ୨ଟି ଗୁଳି ବାଜିଥିଲା। ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ରଶ୍ମିରଞ୍ଜନଙ୍କ ସମ୍ପୃକ୍ତ ଥିଲେ। ପୁଲିସ ଏହା ଜାଣିବା ପରେ ରାତାରାତି ରଶ୍ମିରଞ୍ଜନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଥିଲା। ତାଳବଣିଆ ନିକଟରେ ରଶ୍ମିରଞ୍ଜନଙ୍କୁ ପୁଲିସ ଦେଖି ଧରିବାକୁ ଗୋଡ଼ାଇବା ବେଳେ ସେ ପୁଲିସ ଉପରକୁ ଗୁଳି କରିଥିଲେ। ଜବାବରେ ପୁଲିସ ତାଙ୍କୁ ଗୁଳି କରିଥିଲା। ତାଙ୍କ ବାମ​‌ଗୋଡ଼ରେ ଗୁଳି ବାଜିଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories