ପାନମଧୁରୀ ସହ ମିଶ୍ରି ମିଶାଇ ଖାଇବାର ଲାଭଦାୟକ ଗୁଣ

0

ପ୍ରାୟତଃ ଆମେ କୌଣସି ହୋଟେଲରେ କିମ୍ବା ଘରେ ଖାଇ ସାରିବା ପରେ ପାନମଧୁରୀ ସହ ମିଶ୍ରି ମିଶାଇ ଖାଇଥାଉ। ଏହା ପାଟିର ସ୍ବାଦ ବଢାଇଥାଏ। ପାନମଧୁରୀ ଖାଇବା ଦ୍ବାରା ଖାଦ୍ୟ ଶୀଘ୍ର ହଜମ ହୋଇଯାଏ। ଏହା ଶରୀରର ଅନେକ ଉପକାର ମଧ୍ୟ କରିଥାଏ।

ଆସନ୍ତୁ ଜାଣିବା ପାନମଧୁରୀ ସହ ମିଶ୍ରି ମିଶାଇ ଖାଇବାର ଲାଭଦାୟକ ଗୁଣ ବିଷୟରେ ..

ତଣ୍ଟି ଦରଜ ହୋଇ କଥା କହିବାରେ କଷ୍ଟ ​‌​‌ହେଉଥିଲେ ପାନମହୁରୀକୁ ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ତଣ୍ଟି ଦରଜ ଭଲ ହୋଇଯାଏ।

prayash

ପାନମଧୁରୀ ରସ ସହ ମହୁ ମିଶାଇ ଖାଇବା ଦ୍ବାରା କାଶ ସମସ୍ୟାରୁ ମୁକ୍ତି ମିଳିଥାଏ।

ରାତିରେ ଶୋଇବା ବେଳେ ନଖ ଉଷୁମ ପାଣିରେ ପାନମଧୁରୀକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ। ଏପରି କରିବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ଆମ୍ବିଳା ହାକୁଟି ପଡୁଥିଲେ ପାନମଧୁରୀକୁ ଭାଜି ମିଶ୍ରି ସହ ଖାଆନ୍ତୁ। ଏପରି କରିବା ଦ୍ବାର ହାକୁଟି ବନ୍ଦ ହୋଇଯାଏ।

ପାନମଧୁରୀକୁ ଭାଜି ନିୟମିତ ଖାଇବା ଦ୍ବାରା ପେଟ ସମସ୍ୟା ଦୂର ହୋଇଥାଏ।

 

 

kalyan agarbati
Leave A Reply