www.samajalive.in
Saturday, December 13, 2025
14.1 C
Bhubaneswar

ପାକିସ୍ତାନରେ ରହିଛି ୨୨ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର

ନୂଆଦିଲ୍ଲୀ: ପାକିସ୍ତାନରେ ରହିଛି ମୋଟ ୨୨ଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର। ସେଥିମଧ୍ୟରୁ କେବଳ ଜୈସ୍‌-ଇ-ମହମ୍ମଦ(ଜେଇଏମ୍‌)ର ୯ଟି ସକ୍ରିୟ ରହିଛି। ସେଗୁଡ଼ିକ ବିରୋଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ୱାଶିଂଟନ୍‌ଠାରେ ଜଣେ ଭାରତୀୟ ଅଧିକାରୀ ଏହି ସୂଚନା ଦେବା ସହ ଭାରତ ସେଗୁଡ଼ିକ ବିରୋଧରେ ବାଲାକୋଟ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ପାକିସ୍ତାନ ସରକାର ସମ୍ପ୍ରତି ବିଭିନ୍ନ ସ୍ଥାନରେ ଚଢ଼ଉ ଆଳରେ ଯେଉଁ କାର୍ଯ୍ୟାନୁଷ୍ଠାନର ନାଟକ ଦେଖାଉଛନ୍ତି। ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ଅଟକ ରଖିବା ବା ଗୃହବନ୍ଦୀ କରିବା ଅର୍ଥ ସେମାନଙ୍କୁ ଆରାମଦାୟକ ଭାବେ ସୁରକ୍ଷିତ ରଖିବା ବୋଲି ସେ କହିଛନ୍ତି। ଅତୀତରେ ମଧ୍ୟ ପାକିସ୍ତାନ ଏଭଳି ନାଟକ ଅନେକବାର ଦେଖାଇ ଆସିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories