ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ ଅଭାବନୀୟ ଘଟଣା । ଗୟଳ ଆକ୍ରମଣରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଅଧୀନ କଇମହୁଡ଼ି ଗାଁର ମକରା ସୋରେନଙ୍କ ଗୟଳ ଆକ୍ରମଣରେ ମୃତ୍ୟୁ ଘଟିଛି । ସେ ଦୁର୍ଗା କାର୍ଜି ଓ ଅନନ୍ତ ସୋରେନଙ୍କ ସହ ଘର ପାଖ ଜଙ୍ଗଲକୁ ଗୋରୁ ଖୋଜିବାକୁ ଯାଇଥିଲେ । ସେଠାରେ ଲୁଚି ରହିଥିବା ଏକ ଗୟଳ ଅଚାନକ ମକରାଙ୍କୁ ଆକ୍ରମଣ କରିଥିଲା । ଗୟଳଟି ତାଙ୍କ କାନ୍ଧରେ ଭୁସି କଚାଡି ଦେବାରୁ ମୁଣ୍ଡ ଫାଟିବା ସହ ଗୋଡ଼ ଭାଙ୍ଗି ଯାଇଥିଲା ।
ଗୟଳର ଏଭଳି ହିଂସ୍ର ଆଚରଣ ଦେଖି ଅନ୍ୟ ଦୁଇ ଜଣ ଦୌଡ଼ି ପଳାଇଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନା ନିଆ ଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।



