www.samajalive.in
Friday, December 12, 2025
23.1 C
Bhubaneswar

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସ୍‌ଆଇଆର୍‌)କୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି। ଏହି ରାଜ୍ୟଗୁଡିକ ହେଲା ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତର ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ତାମିଲନାଡୁ ଓ ଗୁଜରାଟରେ ଡିସେମ୍ବର ୧୯ ସୁଦ୍ଧା ଏସ୍‌ଆଇଆର୍‌ ଦାଖଲ କରାଯିବ। ପୂର୍ବରୁ ଏହି ତାରିଖ ଡିସେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିଲା। ମଧ୍ୟପ୍ରଦେଶ, ଛତିଶଗଡ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଏହି ସମୟସୀମା ଡିସେମ୍ବର ୧୮ ପରିବର୍ତ୍ତେ ଡିସେମ୍ବର ୨୩କୁ ଧାର୍ଯ୍ୟ କରାଯାଇଛି। ଅପରପକ୍ଷରେ ଉତ୍ତର ପ୍ରଦେଶ ପାଇଁ ଏହି ସମୟସୀମା ଡିସେମ୍ବର ୨୬ ପରିବର୍ତ୍ତେ ୩୧କୁ ପରିବର୍ତ୍ତନ କରାଯାଇଛି।

ଏସ୍‌ଆଇଆର୍‌ ଫର୍ମ ଦାଖଲ ପ୍ରକ୍ରିୟାକୁ ସୁସଂଗଠିତ କରିବାକୁ ଉତ୍ତର ପ୍ରଦେଶ ସରକାର ଦୁଇ ସପ୍ତାହ ଅଧିକ ସମୟ ଲୋଡିଥିଲେ। ଇସି ଅବଶ୍ୟ ପୂର୍ବରୁ ଉତ୍ତର ପ୍ରଦେଶ ପାଇଁ ଏହି ସମୟସୀମା ପନ୍ଦର ଦିନ ବୃଦ୍ଧି କରିସାରିଛନ୍ତି ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୨୬ ପର୍ଯ୍ୟନ୍ତ ଏସ୍‌ଆଇଆର୍‌ ଏନୁମେରେସନ ଫର୍ମ ସଂଗ୍ରହ କରାଯିବ। ଡିସେମ୍ବର ୩୧ରେ ଭୋଟର ତାଲିକା ଚିଠା ପ୍ରସ୍ତାବ ପ୍ରକାଶ ପାଇବ। ଡିସେମ୍ବର ୩୧ରୁ ଜାନୁଆରୀ ୩୦ ପର୍ଯ୍ୟନ୍ତ ଭୋଟରମାନେ ଅଭିଯୋଗ ଦାଖଲ କରିବାର ସୁଯୋଗ ପାଇବେ।

- Advertisement -

ଡିସେମ୍ବର ୩୧ରୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ଇସିଙ୍କ ତରଫରୁ ଏନୁମେରେସନ ଫର୍ମ ଯାଞ୍ଚ କରାଯାଇ ଆଗତ ଅଭିଯୋଗଗୁଡିକର ତର୍ଜମା କରାଯିବ। ତେବେ ଉତ୍ତର ପ୍ରଦେଶ କ୍ଷେତ୍ରରେ ଫେବୃଆରୀ ୨୮ରେ ଭୋଟର ଚିଠା ତାଲିକା ପ୍ରକାଶ କରାଯିବ। ଗତ ନଭେମ୍ବର ୩୦ରେ ଇସିଙ୍କ ପକ୍ଷରୁ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ସମୟସୀମା ଗୋଟିଏ ସପ୍ତାହ ବୃଦ୍ଧି କରାଯାଇଥିଲା।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories