www.samajalive.in
Wednesday, December 10, 2025
23.1 C
Bhubaneswar

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି ଖେଳାଳି ନିଲାମ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। ଆବୁଧାବିରେ ହେବାକୁ ଥିବା ଏହି ନିଲାମ ପାଇଁ ଚୂଡ଼ାନ୍ତ ଖେଳାଳି ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ମୋଟ ୩୫୦ ଜଣ ଖେଳାଳି ଏହି ତାଲିକାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୪୦ ଜଣ ଭାରତୀୟ ଥିବା ବେଳେ ୧୧୦ ଜଣ ବିଦେଶୀ ଖେଳାଳି ଅଛନ୍ତି। ୨୪୦ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ୨୨୪ ଜଣ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ପୁଣି ୧୧୦ ଜଣ ବିଦେଶୀଙ୍କ ମଧ୍ୟରୁ ୧୪ ଜଣ ଆନ୍ତର୍ଜାତିକ କ୍ରିକେଟ ଖେଳିନାହାନ୍ତି। ୧୦ଟି ଫ୍ରାଞ୍ଚାଇଜି କିଛି ଖେଳାଳିଙ୍କୁ ଛାଡ଼ିଦେବା ପରେ ଏବଂ ଖେଳାଳିଙ୍କୁ ଦେଣନେଣ କରିବା ପରେ ମୋଟ ୭୭ଟି ସ୍ଥାନ ଖାଲିରହିଛି। ସେମାନଙ୍କ ମଧ୍ୟରୁ ୩୧ଟି ସ୍ଥାନ ବିଦେଶୀ କ୍ରିକେଟରଙ୍କ ପାଇଁ ରହିଛି।

ଏହି ୭୭ ଜଣ ଖେଳାଳିଙ୍କୁ କିଣିବା ପାଇଁ ୧୦ଟି ଯାକ ଫ୍ରାଞ୍ଚାଇଜିଙ୍କ ପାଖରେ ମିଳିତ ଭାବେ ୨୩୭.୫୫ କୋଟି ଟଙ୍କା ବାକି ରହିଛି। ନିଲାମ ପାଇଁ ମୋଟ ୧୩୯୦ ଜଣ କ୍ରିକେଟରଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ସଂକ୍ଷିପ୍ତ ତାଲିକାରେ ମୋଟ ୩୫୦ ଜଣ ଖେଳାଳି ରହିଛନ୍ତି। ଆସନ୍ତା ନିଲାମ ପାଇଁ ସର୍ବାଧିକ ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି। ମୋଟ ୪୦ ଜଣ ୨ କୋଟି ମୂଳ ମୂଲ୍ୟ ତାଲିକାରେ ଅଛନ୍ତି। ଭାରତୀୟଙ୍କ ମଧ୍ୟରେ କେବଳ ଭେଙ୍କଟେଶ ଆୟର ଓ ରବି ବିଷ୍ଣୋଇଙ୍କ ମୂଳ ନିଲାମ ମୂଲ୍ୟ ୨ କୋଟି ଟଙ୍କା ରହିଛି। ୧.୫ କୋଟି ମୂଲ୍ୟରେ ୯ ଜଣ, ୧.୨୫ କୋଟି ତାଲିକାରେ ୪ ଜଣ, ୧ କୋଟିରେ ୧୭ ଜଣ, ୭୫ ଲକ୍ଷରେ ୪୨ ଜଣ, ୫୦ ଲକ୍ଷରେ ୪ ଜଣ, ୪୦ ଲକ୍ଷରେ ୭ ଜଣ ଏବଂ ୩୦ ଲକ୍ଷ ମୂଳ ନିଲାମ ମୂଲ୍ୟରେ ସର୍ବାଧିକ ୨୨୭ ଜଣ କ୍ରିକେଟର ଅଛନ୍ତି।

- Advertisement -

ଆସନ୍ତା ମିନି ନିଲାମରେ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର କାମେରନ୍‌ ଗ୍ରୀନ୍‌ ସବୁଠାରୁ ଦାମୀ ଖେଳାଳି ହୋଇପାରନ୍ତି। ସେ ୨ କୋଟି ଟଙ୍କା ମୂଳ ମୂଲ୍ୟ ତାଲିକାରେ ଥିବା ​ବେଳେ ତାଙ୍କ ସହ ଏହି ତାଲିକାରେ ଥିବା ଅନ୍ୟ କ୍ରିକେଟର ହେଲେ ଡେଭନ୍ କନ୍‌ୱେ, ଜେକ୍‌ ଫ୍ରେଜର ମ୍ୟାକ୍‌ଗର୍କ, ଡେଭିଡ୍‌ ମିଲର ପ୍ରମୁଖ ରହିଛନ୍ତି। ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ଅନୁରୋଧ ପରେ ଆଉ ୩୫ ଜଣ ଖେଳାଳିଙ୍କୁ ତାଲିକାରେ ସାମିଲ କରା ଯାଇଥିଲା। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଦକ୍ଷିଣ ଆଫ୍ରିକାର ୱିକେଟ୍‌ ରକ୍ଷକ କ୍ବିଣ୍ଟନ ଡି କକ୍‌, ଶ୍ରୀଲଙ୍କାର ସ୍ପିନର ଦୁନିଥ୍‌ ୱେଲାଲାଗେ ଓ ଜର୍ଜ ଲିଣ୍ଡେ। ପୂର୍ବରୁ ପଞ୍ଜାବ ପାଇଁ ଲିଷ୍ଟ-ଏ ଓ ଟ୍ବେଣ୍ଟି୨୦ କ୍ରିକେଟ୍‌ ଖେଳିଥିବା ନିଖିଳ ଚୌଧୁରୀ ଅଷ୍ଟ୍ରେଲିଆ ଚାଲିଯାଇ ଘରୋଇ କ୍ରିକେଟ୍‌ ସହ ବିଗ୍‌ ବାସ୍‌ ଲିଗ୍‌ ମଧ୍ୟ ଖେଳିଥିଲେ। ତାଙ୍କୁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନଥିବା ଖେଳାଳିଙ୍କ ତାଲିକାରେ ରଖାଯାଇଛି। ୬ ଜଣ ବିଦେଶୀ ଖେଳାଳିଙ୍କ ସହ ସର୍ବାଧିକ ୧୩ଟି ସ୍ଥାନ ପୂରଣ ପାଇଁ କଲକାତା ନାଇଟ୍‌ ରାଇଡର୍ସ ହାତରେ ୬୪.୩୦ କୋଟି ଟଙ୍କା ରହିଛି। ଚେନ୍ନଇ ସୁପର କିଙ୍ଗ୍‌ସକୁ ୯ଟି ସ୍ଥାନ ପୂରଣ କରିବାକୁ ଥିବା ବେଳେ ଏହା ହାତରେ ୪୩.୪ କୋଟି ଟଙ୍କା ରହିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories