www.samajalive.in
Saturday, December 6, 2025
19.1 C
Bhubaneswar

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ ବନ୍ଧୁକ କାରବାର ଘଟଣାରେ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ । ବନ୍ଧୁକ ମାଫିଆଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୧୦ସେମି ଅଟୋମେଟିକ ପିସ୍ତଲ ଏବଂ ଜବଦ କରିବାରେ ସକ୍ଷମ ହୋଇଛି ସ୍ପେଶାଲ କ୍ରାଇମ ୟୁନିଟ । ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ସୂଚନା ଅନୁସାରେ ବନ୍ଧୁକ ମାଫିଆ ଦୁଇଜଣ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଖଣ୍ଡଗିରିରୁ ସ୍ପେଶାଲ କ୍ରାଇମ ୟୁନିଟ ଟିମ ସେମାନଙ୍କୁ ଏନଏଚରେ ଗୋଡ଼େଇ ଗୋଡେଇ ଧରିଥିଲା । ଗିରଫ ଦୁଇଜଣ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଲେ ସୁମନ୍ତ ନାୟକ ଓ ସୌଭାଗ୍ୟ ନୟକ । ପୂର୍ବରୁ ସୁମନ୍ତଙ୍କ ନାରେ ୬ଟି ମାମଲା ଓ ସୌଭାଗ୍ୟଙ୍କ ନାରେ ୪ଟି ମାମଲା ଥିବା କମିଶନରେଟ ପୁଲିସ ସୂଚନା ଦେଇଛି । ଭୁବନେଶ୍ବର ସହରକୁ କେଉଁ ଦିଗରୁ ବନ୍ଧୁକ ପ୍ରବେଶ କରୁଛି ଏବଂ ରାଜ୍ୟର ଅନ୍ୟ କେଉଁ କେଉଁ ଜିଲ୍ଲାରେ ଅନୈତିକ ଭାବରେ ବନ୍ଧୁକ ଚାଲାଣ ଚାଲିଛି ସେନେଇ ତଦନ୍ତ କରୁଛି ପୁଲିସ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories