ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଛି। ଶ୍ରୀଲଙ୍କା ପାଶ୍ଵବର୍ତ୍ତୀ ଭାରତ ମହାସାଗରରେ ଅବପାତଟି କେନ୍ଦ୍ରୀଭୂତ ହୋଇଛି। କ୍ରମଶଃ ଏହା ଉତ୍ତର ଉତ୍ତର ପଶ୍ଚିମ କୁ ଗତି କରି ଅଧିକ ଘନୀଭୂତ ହେବ। ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଥିବାବେଳେ ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଭୁବନେଶ୍ବରରେ ୧୬, କଟକରେ ୧୪.୬, ଅନୁଗୋଳରେ ୧୩.୮, ବାରିପଦାରେ ୧୩.୬, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, ଭବାନୀପାଟଣାରେ ୧୩.୮, କୋରାପୁଟରେ ୧୩.୨ ଏବଂ ଫୁଲବାଣୀରେ ୧୨ ଡିଗ୍ରୀ ପାରଦ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ପରବର୍ତ୍ତୀ ୫ଦିନରେ ପାରଦ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।
୧୨ ଘଣ୍ଟାରେ ବାତ୍ୟା !
Popular Categories



