www.samajalive.in
Saturday, December 6, 2025
23.1 C
Bhubaneswar

ମୋବାଇଲ ଉପଭୋକ୍ତାଙ୍କୁ ଚେତାବନୀ: ସିମ୍‌ କାର୍ଡ ଅପବ୍ୟବହାର ପାଇଁ ନିଜେ ଦାୟୀ

ନୂଆଦିଲ୍ଲୀ: ଜଣେ ମୋବାଇଲ ଉପଭୋକ୍ତାଙ୍କ ନାମରେ ଜାରି ହୋଇଥିବା ସିମ୍‌ କାର୍ଡର କୌଣସି ପ୍ରକାର ଅପବ୍ୟବହାର ହେଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଦାୟୀ ରହିବେ ବୋଲି ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାର ଟେଲିକମ୍ ମନ୍ତ୍ରଣାଳୟ ଜାରି କରିଥିବା ସତର୍କ ସୂଚନାରେ ଉପଭୋକ୍ତାମାନଙ୍କୁ ନିଜ ମୋବାଇଲରେ ନକଲି ବା ଜାଲ୍‌ ଆଇଏମଇଏ ନମ୍ବର ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଜାଲ୍‌ ବା ନକଲି ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟ ଆଇଡେଣ୍ଟଟିଟି (ଆଇଏମଇଆଇ) ବ୍ୟବହାର ଦ୍ବାରା ମୋବାଇଲ ଉପଭୋକ୍ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ।

ଟେଲିକମ୍ୟୁନିକେସନ ଆଇନ ୨୦୨୩ ଅନୁଯାୟୀ ଜାଲ୍‌ ଆଇଏମଇଆଇ ବ୍ୟବହାର କ୍ଷେତ୍ରରେ ଜଣେ ବ୍ୟକ୍ତିକୁ ୩ବର୍ଷ ଜେଲ୍ କିମ୍ବା ୫୦ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ। ସାଧାରଣତଃ ମୋଡେମ୍‌, ମଡ୍ୟୁଲ, ସିମ୍ ବକ୍ସ, ଆସେମ୍ବ୍ଲି କରାଯାଇଥିବା ମୋବାଇଲ ହ୍ୟାଣ୍ଡସେଟ୍‌ରେ ନକଲି ଆଇଏମଇଆଇ ବ୍ୟବହାର ସମ୍ଭବ ହୋଇଥାଏ। ନିଜ ନାମରେ ଥିବା ସିମ୍‌ କାର୍ଡର ଦୁରୁପଯୋଗରୁ ଦୂରେଇ ରହିବାକୁ ହେଲେ ନିଜର ସିମ୍‌କାର୍ଡକୁ ଅନ୍ୟକୁ ନଦେବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ଜାଲ୍‌ କାଗଜପତ୍ର ମାଧ୍ୟମରେ ସିମ୍ କାର୍ଡ କ୍ରୟ କରିବାରୁ ଦୂରେଇ ରହିବାକୁ କୁହାଯାଇଛି। ଜଣେ ଉପଭୋକ୍ତା ନିଜର ଆଇଏମ୍ଇଏ ତଥ୍ୟକୁ ସଞ୍ଚାର ସାଥି ପୋର୍ଟାଲ କିମ୍ବା ସଞ୍ଚାର ସାଥି ମୋବାଇଲ ଆପ୍ ମାଧ୍ୟମରେ ଯାଞ୍ଚ କରିପାରିବେ। ଏଥିରେ ମୋବାଇଲ କମ୍ପାନୀ ନାମ, ମଡେଲ, ମ୍ୟାନୁଫ୍ୟାକଚରିଂ ତଥ୍ୟ ମିଳିପାରିବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories