www.samajalive.in
Sunday, December 14, 2025
14.1 C
Bhubaneswar

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର ,ମୃତ୍ୟୁକୁ ନେଇ ଗୁଜବ ନକରିବାକୁ ପରିବାର ଲୋକଙ୍କ ପରାମର୍ଶ

ଭୁବନେଶ୍ବର,୨୧/୧୧ : ଓଲିଉଡ଼ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି । କେହି ଡାକିଲେ ସେ ଆଖି ଖୋଲୁଛନ୍ତି । ଜିଭ ବି ଦେଖାଉଛନ୍ତି । ପ୍ରାୟ ଅଢେଇମାସ ପରେ ସେ କୋମାରୁ ଧୀରେ ଧୀରେ ବାହାରିଥିବା ଜଣାପଡ଼ିଛି । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରାଯାଇ ମେଡ଼ିସିନ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଥିବା ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ବୁଲେଟିନରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ତାଙ୍କର ଭାଇଟାଲସ୍ଥିର ରହିଛି । ଅଭିଜିତ ସୁସ୍ଥ ହେଉଥିବା ଖବରପାଇ ତାଙ୍କ ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,, ଅଗଷ୍ଟ ୩୧ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଆସୁଥିଲେ । ନିଜର ଦୈନନ୍ଦିନ କାମକୁ ଠିକ୍ ରୂପେ କରୁଥିବାବେଳେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗଣେଶ ପୂଜା ଏବଂ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ମାତ୍ର ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ଥିଲେ। ଏହାପରେ ଗତ ସେପ୍ଟେମ୍ବର ୪ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି।

- Advertisement -

ଗତ ଅକ୍ଟୋବର ୨୩ରେ ତାଙ୍କର ବ୍ରେନ ଏମଆରଆଇ କରାଯାଇଥିବାବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଗତ କିଛିଦିନ ତଳେ ଏମ୍ସକୁ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଅନ୍ୟପଟେ ପରିବାର ଲୋକେ ଅଭିଜିତଙ୍କ ମୃତ୍ୟୁକୁ ନେଇ ଗୁଜବ ନ କରିବାକୁ ନିବେଦନ କରିଛନ୍ତି । ଅଭିଜିତ ମଜୁମଦାର ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ହେଲେ ଗତ କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ ଘୋଷଣା କରାଯାଇଥିବା ଗୁଜବ ହେଉଛି । ଯାହାକୁ ଖଣ୍ଡନ କରିଛନ୍ତି ଏମ୍ସ ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories