www.samajalive.in
Monday, December 15, 2025
27.1 C
Bhubaneswar

ଷ୍ଟେସନ ପ୍ଲାଟଫର୍ମରୁ ଡେଇଁ ୧୦ମ ଛାତ୍ରଙ୍କ ଆତ୍ମହତ୍ୟା

ସମାଜଲାଇଭ ଡେସ୍କ: ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ଜଣେ ୧୦ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଷ୍ଟେସନ ପ୍ଲାଟଫର୍ମରୁ ଡେଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ରାଜେନ୍ଦ୍ର ପ୍ଲେସ ମେଟ୍ରୋ ଷ୍ଟେସନରେ ଏଭଳି ଦୁଃଖଦ ଘଟଣା ଘଟିଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ଯେଉଁଥିରେ ଛାତ୍ର ଜଣକ ତାଙ୍କ ମା’ ଏବଂ ପରିବାରବର୍ଗଙ୍କୁ କ୍ଷମା ମାଗିବା ସହିତ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଛାତ୍ର ଜଣକ ପଢ଼ୁଥିବା ସ୍କୁଲ ଆଗରେ ଅଭିଭାବକ ଏବଂ ଜନସାଧାରଣଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୂଚନା ଅନୁସାରେ, ଛାତ୍ର ଜଣକ ଅଶୋକ ପ୍ଲେସସ୍ଥିତ ସେଣ୍ଟ କଲମ୍ବିଆ ସ୍କୁଲରେ ଅଧ୍ୟୟନ କରୁଥିଲେ। ଗତ ୧୮ ତାରିଖରେ ସ୍କୁଲ ଯିବା ଲାଗି ସେ ଘରୁ ବାହାରି ଆସିଥିଲେ। କିନ୍ତୁ ସ୍କୁଲ ନ ଯାଇ ଷ୍ଟେସନକୁ ଯାଇଥିଲେ। ଷ୍ଟେସନ ପ୍ଲାଟଫର୍ମରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସୁଇସାଇଡ୍‌ ନୋଟରେ ଛାତ୍ର ଜଣକ ଲେଖିଛନ୍ତି ଯେ, ମା’ ମୋତେ କ୍ଷମା କରିଦେବ। ମୁଁ ଆପଣଙ୍କ ହୃଦୟ ଅନେକ ଥର ଭାଙ୍ଗିଛି। ଏବେ ଶେଷ ଥର ପାଇଁ ଭାଙ୍ଗୁଛି। ସ୍କୁଲର ଅନେକ ଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଦିନକୁ ଦିନ ସେସବୁ ଅସହ୍ୟ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories