www.samajalive.in
Friday, December 12, 2025
16.1 C
Bhubaneswar

ଜାତୀୟ ପ୍ରେସ୍‌ ଦିବସ: ଆହ୍ବାନ ଅନେକ

ସମାଜର ଦୁଃଖୀ ଦରିଦ୍ର ବର୍ଗଙ୍କ ଦୁଃଖ ଦୁର୍ଦଶାରୁ ଆରମ୍ଭ କରି ସଂଘର୍ଷ ଓ ବିଜୟ ପର୍ଯ୍ୟନ୍ତ ସବୁ ସ୍ଥିତିରେ ଲୋକଙ୍କ ସହିତ ଠିଆ ହେଉଥିବା ବ୍ୟକ୍ତିଟି ହେଉଛି ସାମ୍ବାଦିକ। ବ୍ୟକ୍ତି, ଅନୁଷ୍ଠାନ, ପ୍ରଶାସନକୁ ସହଯୋଗ କରି ଆସୁଥିବା ସାମ୍ବାଦିକ ସହିତ କେହି ଠିଆ ହୁଅନ୍ତି ନାହିଁ। ଆଜି ପ୍ରଶାସନରୁ ଆରମ୍ଭ କରି ଶିଳ୍ପସଂସ୍ଥା ପର୍ଯ୍ୟନ୍ତ ନିଜ ପ୍ରଚାର ପ୍ରସ​‌ାର ପାଇଁ ସାମ୍ବାଦିକଙ୍କୁ ଖୁବ୍ ଭଲଭାବେ ଉପଯୋଗ କରନ୍ତି। କୌଣସି ସମସ୍ୟାକୁ ଅଙ୍ଗୁଳି ନିର୍ଦେଶ କଲେ ବିରୋଧ କରିବା ପାଇଁ ମଧ୍ୟ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। ତା ଛଡ଼ା ଗଣମାଧ୍ୟମର ମାର୍କେଟ ବିସ୍ତୃତ ହୋଇ ଚାଲିଥିବା ବେଳେ ବୃତ୍ତିର ମହତ୍ତ୍ବ କ୍ରମେ ହ୍ରାସ ପାଇ ଚାଲିଛି। ଏବେ ସାମାଜିକ ଗଣମାଧ୍ୟମ ଦ୍ବାରା ମୁଖ୍ୟସ୍ରୋତ ଛାପା ଗଣମାଧ୍ୟମ ପ୍ରଭାବିତ ହେଉଛି।

ବର୍ତ୍ତମାନ ସାମ୍ବାଦିକଟିଏ ବୃତ୍ତିଗତ, ଅର୍ଥଗତ ଓ ପାରିପାର୍ଶ୍ବଗତ ଚାପରେ ଅଧିକ ଉତ୍ପୀଡ଼ିତ। ଦିନ ଏମିତି ଥିଲା ଯେବେ ଖବରକାଗଜ ପ୍ରସାରଣ ଏକ ସାହସିକ କାମ ହେଉଥିଲା। ​‌େ​‌ସ ସମୟରେ ଖବର ପ୍ରଭାବ ମଧ୍ୟ ସବିସ୍ତୃତ ହେଉଥିଲା। ପରିବର୍ତ୍ତିତ ପରିସ୍ଥିତିରେ ଏବେ ସେ ଚାପ ନ ଥିଲେ ହେଁ ମୁକ୍ତଭାବେ କୌଣସି ଖବର ଲେଖିବାର ସ୍ବାଧୀନତା ସାମ୍ବାଦିକ ହାତରୁ ଚାଲିଯାଇଛି। ଆଜିର ଗଣମାଧ୍ୟମ ଜଗତ ବ୍ୟବସାୟ ସର୍ବସ୍ବ ହୋଇ ପଡ଼ିଥିବା ବେଳେ ସାମ୍ବାଦିକମାନଙ୍କୁ ସ୍ବାଧୀନ ଚିନ୍ତାଧାରାରୁ ବିଚ୍ୟୁତ କରିଦିଆଯାଉଛି। ଆଜି ସାମାଜିକ ଗଣମାଧ୍ୟମର ଶସ୍ତା ସାମ୍ବାଦିକତା ଫଳରେ ବିଶ୍ୱାସର ପ୍ରହେଳିକା ଦେଖାଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories