www.samajalive.in
Friday, December 5, 2025
20.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଏମିତି କରିଥିଲେ ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ଯୋଜନା ଲାଗିଛି ତଦନ୍ତକାରୀ ଦଳ ହାତରେ । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବାବ୍ରି ମସଜିଦର ପ୍ରତିଶୋଧ ନେବା ପାଇଁ ଡିସେମ୍ବର ୬ରେ ଦିଲ୍ଲୀର ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ହୋଇଥିଲା ।  ବିସ୍ଫୋରଣ ପାଇଁ ଆତଙ୍କୀ ମାନେ ପର୍ଯ୍ୟାୟ କ୍ରମେ ଯୋଜନା କରିଥିଲେ । ପ୍ରଥମେ ବିସ୍ଫୋରଣ ପାଇଁ ଜୈଶ୍‌-ଏ-ମହମ୍ମଦ ଯୋଜନା ପ୍ରସ୍ତୁତ କରିଥିଲା । ଏହାପରେ ଆଇଡ଼ି ଓ ଗୋଳାବାରୁଦ ପାଇଁ ନୁହ ଓ ଗୁରୁଗ୍ରାମରୁ କଞ୍ଚାମାଲ କିଣିଥିଲେ ଆତଙ୍କୀ । କଞ୍ଚାମାଲ କିଣି ବିସ୍ଫୋରଣ ପାଇଁ ଆଇଡ଼ି ପ୍ରସ୍ତୁତ କରିଥିଲେ ଆତଙ୍କୀ । ତଦନ୍ତକାରୀ ଦଳର ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ବିସ୍ଫୋରଣ ପାଇଁ ଆତଙ୍କୀ ମାନେ ଯୋଜନା କରିଥିଲେ । କିନ୍ତୁ ଏହାର କାର୍ଯ୍ୟକ୍ଷମ ବିଳମ୍ବ ଯୋଗୁଁ ଡିସେମ୍ବର ୬ କୁ ନୂଆ ତାରିଖ ଭାବେ ବାଛିଥିଲେ ଆଥଙ୍କୀ । ଯାହାର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ କରିଛି ତଦନ୍ତକାରୀ ଦଳ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories