www.samajalive.in
Saturday, December 6, 2025
15.1 C
Bhubaneswar

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ ମତଦାନ ମଧ୍ୟରେ ତିକ୍ତତା ଦେଖାଦେଇଛି। ଭିନ୍ନ ଭିନ୍ନ ରାଜନୈତିକ ଦଳର ସମର୍ଥକମାନେ ପୋଲିଂ ବୁଥ୍ ପାଖରେ ମୁହାଁମୁହିଁ ହୋଇଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି। ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି।

ନଓ୍ବାଦା ପୁଲିସ ସୂଚନା ଅନୁସାରେ ପୋଲିଂ ବୁଥଠୁ ପ୍ରାୟ ଦେଢ କିଲୋମିଟର ଦୂରରେ ଏହି ବିବାଦ ଦେଖାଦେଇଛି। ବିଭିନ୍ନ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିବା ପୁଲିସ ସୂଚନା ଦେଇଛି। ଅନ୍ୟପଟେ ବିବାଦ ପରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସରକାରୀ ଗାଡିକୁ ଭଙ୍ଗାଯାଇଥିବା ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ ତଥ୍ୟ ବୋଲି ପୁଲିସ ସୂଚନା ଦେଇଛି। କୁହାଯାଉଛି କି ଏକ ଘରୋଇ ଗାଡି କ୍ଷତିଗ୍ରସ୍ତ ହୋଇଛି। ସରକାରୀ ଗାଡିକୁ କେହି କ୍ଷତି ପହଞ୍ଚାଇନଥିବା ସୂଚନା ଦେଇଛି ପୁଲିସ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories