www.samajalive.in
Wednesday, December 10, 2025
16.1 C
Bhubaneswar

ଆଇପିଏଲ୍‌-୨୦୨୬: ଡିସେମ୍ବର ୧୫ରେ ଖେଳାଳି ନିଲାମ !

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୬ ଲାଗି ମିନି ଖେଳାଳି ନିଲାମ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଟାଇମ୍‌ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ର ମିନି ଖେଳାଳି ନିଲାମ ପାଇଁ ଡିସେମ୍ବର ୧୫ ତାରିଖ ସ୍ଥିର କରାଯାଇଛି। ପୂର୍ବରୁ ଏହି ନିଲାମ ବିଦେଶରେ ହେବାର ଗୁଜବ ଥିବା ବେଳେ ବର୍ତ୍ତମାନ ଏହା ଭାରତରେ ହିଁ ହେବାର ସମ୍ଭାବନା ଅଧିକ ରହିଛି। ତେବେ ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିିସିଆଇ) ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ୨୦୨୨ ପରେ ପ୍ରଥମ ଥର ପାଇଁ ଭାରତରେ ଖେଳାଳି ନିଲାମ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସମସ୍ତ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ଖେଳାଳି ଧାରଣ ( ରିଟେନସନ )ତାଲିକା ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୫ ରହିଛି। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥନ୍‌ ସୂଚନା ଦେଇ କହିଛନ୍ତି, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ ୨୦୨୬ରେ ଖେଳିବା ପାଇଁ ଉପଲବ୍ଧ ଅଛନ୍ନୀ ଆସନ୍ତା ସିଜିନ୍ ପାଇଁ ଉପଲବ୍ଧ ରହିବେ ବୋଲି ବିଶ୍ବନାଥନ କହିଛନ୍ତି। ଧୋନୀଙ୍କ ଖେଳିବା ଖବର ସହ ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରି ଚେନ୍ନଇ ସୁପରକିଙ୍ଗ୍‌ସକୁ ଆଣିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। ଏହା ବ୍ୟତୀତ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମାଲିକ ଡିଆଜିଓ-୨୦୨୬ ସିଜିନ ପୂର୍ବରୁ ଫ୍ରାଞ୍ଚାଇଜ୍‌କୁ ବିକ୍ରି କରିବା ପାଇଁ ରଣନୀତିକ ସମୀକ୍ଷା ଆରମ୍ଭ କରିଛି। ସେହିପରି ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁୂପିଏଲ)-୨୦୨୫-୨୬ ଲାଗି ଖେଳାଳି ନିଲାମ ଚଳିତ ନଭେମ୍ବର ୨୭ରେ ଦିଲ୍ଲୀରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories