କଟକ: ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ହୁଲିସ ଦାଇହାସ୍ତୁ ଜାପାନ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓରେ ଏହି ପ୍ରତିଯୋଗିତାରେ ପ୍ରମୋଦ ପୁରୁଷ ଏକକ ଏସ୍ଏଲ-୩ର ଫାଇନାଲରେ ଜାପାନର ଦାଇସୁକୁ ଫୁଜିହାରାଙ୍କୁ ୧୭-୨୧, ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଯୁଗଳ ଏସ୍ଏଲ-୩ ଓ ଏସ୍ଏଲ-୪ ଫାଇନାଲରେ ପ୍ରମୋଦ ଭଗତ- ସୁକାନ୍ତ କାଦମ୍ବ ଯୋଡ଼ି ୨୧-୧୭,୧୮-୨୧ ଓ ୨୧-୧୬ରେ ଅନ୍ୟତମ ଭାରତୀୟ ଯୋଡ଼ି ନବୀନ ଶିବକୁମାର- ଜଗଦୀଶ ଦିଲ୍ ଯୋଡ଼ିଙ୍କୁ ପରାସ୍ତ କରି ସ୍ବର୍ଣ୍ଣପଦକ ଜିତିଛନ୍ତି। ମିଶ୍ରିତ ଯୁଗଳ ଏସ୍ଏଲ-୩ ଓ ଏସ୍ୟୁ-୫ ଫାଇନାଲରେ ପ୍ରମୋଦ ଭଗତ- ମନୀଷା ରାମଦାସ ଯୋଡ଼ି ୨୧-୧୯ ଓ ୨୧-୧୯ରେ ନୀତୀଶ କୁମାର -ତୁଳସୀମାଥି ମୁରୁଗାସେନ ଯୋଡ଼ିଙ୍କୁ ପରାସ୍ତକରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ଲାଗି ପ୍ରମୋଦଙ୍କୁ ପାରା ସ୍ପୋର୍ଟସ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Popular Categories



