www.samajalive.in
Saturday, December 6, 2025
23.1 C
Bhubaneswar

ଲୋକଙ୍କୁ ବୋକା ବନାଇବାକୁ ମୋତେ ଭାରତୀୟ ଦର୍ଶାଯାଇଛି: ବ୍ରାଜିଲ ମଡେଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନରେ ୨୫ଲକ୍ଷ ଭୋଟ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ବୁଧବାର ରାହୁଲ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଓ ବିଜେପି ବିରୋଧରେ ଏପରି ଅଭିଯୋଗ ଉଠାଇଛନ୍ତି। ଭୋଟ ଚୋରି ଅଭିଯୋଗ ବେଳେ ରାହୁଲ ଗାନ୍ଧୀ ଜଣେ ବ୍ରାଜିଲ ମହିଳା ମଡେଲଙ୍କ ଫଟୋ ପ୍ରଦର୍ଶନ କରିଥିଲେ। ବ୍ରାଜିଲ ମଡେଲଙ୍କ ଫଟୋ ପ୍ରଦର୍ଶନ ପୂର୍ବକ ରାହୁଲ ଅଭିଯୋଗ କରିଥିଲେ ଯେ ଏହି ମଡେଲ ଜଣଙ୍କ ହରିୟାଣା ବିଧାନସଭା ନିର୍ବାଚନବେଳେ ୨୨ଥର ମତଦାନ କରିଛନ୍ତି।

ରାହୁଲଙ୍କ ଭୋଟ ଚୋରି ଅଭିଯୋଗ ଓ ବ୍ରାଜିଲ ମଡେଲଙ୍କ ଫଟୋ ପ୍ରଦର୍ଶନ ପରେ ବିଭିନ୍ନ ମହଲରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି। ଏହି କ୍ରମରେ ରାହୁଲ ଯେଉଁ ବ୍ରାଜିଲ ମଡେଲଙ୍କ ଫଟୋ ପ୍ରଦର୍ଶନ କରିଥିଲେ ତାଙ୍କର ପ୍ରତିକ୍ରିୟା ମିଳିଛି। ମଡେଲ ଜଣଙ୍କ ହେଉଛନ୍ତି ଲାରିସା ନେରି। ଲାରିସା ତାଙ୍କ ପ୍ରତିକ୍ରିୟାର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଲାରିସାଙ୍କ ଫଟୋକୁ ରାହୁଲ ପ୍ରଦର୍ଶନ କରିବା ପରେ ଜଣେ ସାମ୍ବାଦିକ ତାଙ୍କୁ ଯୋଗାଯୋଗ କରିଥିଲେ। ଲାରିସାଙ୍କ ଯେଉଁ ଫଟୋ ରାହୁଲ ପ୍ରଦର୍ଶନ କରିଥିଲେ ତାକୁ ସାମ୍ବାଦିକ ଜଣଙ୍କ ଦେଖାଇଥିଲେ। ଏପରି ଫଟୋ ଦେଖିବା ପରେ ଲାରିସା ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଖୁସି ମଧ୍ୟ ହୋଇଥିଲେ। ସେ କହିଥିଲେ ଯେ ତାଙ୍କର ଯେଉଁ ଫଟୋ ପ୍ରଦର୍ଶନ କରାଯାଇଛି ତାହା ବହୁତ ପୁରୁଣା। ଯାହାକି ତାଙ୍କ ଯୁବ ବୟସର ଅର୍ଥାତ୍ ୧୮-୨୦ବର୍ଷ ବୟସର ଫଟୋ। ଭାରତର ନିର୍ବାଚନ ରାଜନୀତିରେ ତାଙ୍କ ଫଟୋ ବ୍ୟବହାର କରାଯାଉଥିବା ଜାଣି ମଡେଲ ଜଣଙ୍କ ଖୁସି ହୋଇଥିଲେ। ସେ କହିଥିଲେ ଯେ ମୋତେ ଜଣେ ଭାରତୀୟ ଭାବେ ପ୍ରଦର୍ଶନ କରି ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରାଯାଉଛି। ଏହା ଏକ ପାଗଳାମୀ ବୋଲି ସେ କହିଛନ୍ତି।

- Advertisement -

ରାହୁଲ ତାଙ୍କ ଭୋଟ ଚୋରି ଅଭିଯୋଗ ବେଳେ କହିଥିଲେ ଯେ ବ୍ରାଜିଲ ମଡେଲ ଜଣଙ୍କ ସ୍ବିଟି, ସୀମା, ସରସ୍ବତୀ ଭଳି ଭିନ୍ନ ଭିନ୍ନ ନାମରେ ୨୨ଥର ଭୋଟ ଦେଇଥିଲେ। ତେବେ ମଡେଲ ଜଣଙ୍କ ଯେଉଁ ନାମରେ ଭୋଟ ଦେଇଥିଲେ ସେଥି ମଧ୍ୟରୁ ଗୋଟିଏ ନାମ ହେଉଛି ପୁନମ। ପୁନମଙ୍କୁ ଠାବ କରାଯିବା ପରେ ତାଙ୍କ ନାମ ଓ ଭୋଟର ଆଇଡି ଠିକ୍ ଥିବାବେଳେ ଭୁଲ୍ ଫଟୋ ରହିଛି। ପୁନମଙ୍କ ଭୋଟର ଆଇଡିରେ ବ୍ରାଜିଲ ମଡେଲଙ୍କ ଅନୁରୂପ ଫଟୋ ରହିଛି। ସେହିପରି ଆଉ ଜଣେ ଭୋଟରଙ୍କ ପରିଚୟପତ୍ରକୁ ଯାଞ୍ଚ କରଯାଇଥିଲା ଯେଉଁଥିରେ ବ୍ରାଜିଲ ମଡେଲଙ୍କ ଫଟୋ ରହିଛି। ଯାଞ୍ଚ ବେଳେ ଜଣାପଡିଥିଲା ଯେ ଭୋଟର ଜଣଙ୍କର ୨୦୨୨ରେ ମୃତ୍ୟୁ ହୋଇସାରିଛି। ରାହୁଲ ବୁଧବାର ଅଭିଯୋଗ କରିଛନ୍ତି ଯେ ହରିୟାଣାର ପ୍ରତି ୮ଜଣରେ ଜଣେ ହେଉଛନ୍ତି ନକଲି ଭୋଟର। ନକଲି ଭୋଟର ଦ୍ବାରା ଭୋଟ ଚୋରି କରି ବିଜେପି ହରିୟାଣାରେ କଂଗ୍ରେସର ନିଶ୍ଚିତ ବିଜୟକୁ ରୋକିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories