www.samajalive.in
Saturday, December 6, 2025
23.1 C
Bhubaneswar

ବୈତରଣୀରେ ବୁଡ଼ିଗଲେ ୩ ଜଣ, ୨ ଜଣଙ୍କୁ ଉଦ୍ଧାର କଲେ ନାବାଳକ

ସମାଜଲାଇଭ ଡେସ୍କ: ଯାଜପୁର ଗାରଡେଶ୍ଵର ନିକଟ ବୈତରଣୀ ନଦୀରେ ଗୁରୁବାର ୩ ଜଣ ବୁଡ଼ିଯାଇଛନ୍ତି। ତେ​‌ବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଜଣେ ନାବାଳକ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଝିଅ ପୀତିପ୍ରଜ୍ଞା ମିଶ୍ର ନିଖୋଜ ଅଛନ୍ତି। ତାଙ୍କ ପତ୍ତା ମିଳିପାରି ନାହିଁ।

ସୂଚନା ଅନୁସାରେ ପ୍ରୀତିପ୍ରଜ୍ଞା ନିଜ ଭାଇ ସହିତ ମାମୁ ଘରକୁ ବୁଲିବାକୁ ଆସିଥିଲେ। ପୂର୍ବାହ୍ନରେ ସେ ତାଙ୍କ ମାମୁ ଝିଅ ଓ ଭାଇ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧୋଇବା ସମୟରେ ହଠାତ ୩ ଜଣ ଯାକ ବୁଡ଼ି ଯାଇଥିଲେ। ନଦୀରେ ମାଛ ଧରୁଥିବା ସତ୍ୟପ୍ରକାଶ ସେଠୀ ନାମକ ନାବାଳକ ଏହା ଦେଖି ନିଜ ଜୀବନକୁ ଖାତିର ନ କରି ନଦୀକୁ ଡେଇଁ ପହଁରି ପହଁରି ସେମାନଙ୍କ ନିକଟରେ ପହଞ୍ଚିଥିଲେ। ବହୁ କଷ୍ଟରେ ସେ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ପ୍ରୀତିଙ୍କ ପତ୍ତା ପାଇ ନ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପ୍ରୀତିଙ୍କ ସନ୍ଧାନ ମିଳି ନ ଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସତ୍ୟପ୍ରକାଶଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories