www.samajalive.in
Sunday, December 14, 2025
26.1 C
Bhubaneswar

ବେଟିଂ ଆପ୍‌ ମାମଲାରେ ଫସିଲେ ରୈନା, ଧାଓ୍ବନ: ୧୧.୧୪ କୋଟିର ସମ୍ପତ୍ତି ଜବତ

ସମାଜଲାଇଭ ଡେସ୍କ: ବେଟିଂ ଆପ୍ ଆର୍ଥିକ ଅନିୟମିତତା ମାମଲାରେ ଫସିଗଲେ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧାଓ୍ବନ। ପ୍ରବ’ର୍ତ୍ତନ ନିର୍ଦେଶାଳୟ (ଇଡି) ଏହି ମାମଲାରେ ଉଭୟଙ୍କର ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଗୁରୁବାର ଆଟାଚ କରିଛି। ଜବତ ସମ୍ପତ୍ତି ମଧ୍ୟରେ ରୈନାଙ୍କର ୬ କୋଟି ୬୪ ଲକ୍ଷ ଏବଂ ଧାଓ୍ବନଙ୍କର ୪ କୋଟି ୫୦ ଲକ୍ଷ ରହିଛି। ବେଆଇନ ବେଟିଂ ଆପ୍‌ (1xBet) ଦୁର୍ନୀତିରେ ଉଭୟଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୂର୍ବରୁ ଇଡି ପକ୍ଷରୁ ସେମାନଙ୍କୁ ଜେରା କରାଯାଇଥିଲା।

ଉଭୟଙ୍କ ଏହି ସ୍ଥାବର ସମ୍ପତ୍ତି ଆଟଚ କରାଯିବା ନେଇ ଇଡି ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି। ଆର୍ଥିକ ଅନିୟମିତତା ନିରୋଧ ଆଇନ (ପିଏମଏଲଏ) ଅଧୀନରେ ଏହି ଆଦେଶନାମା ଜାରି ହୋଇଛି। ଉଭୟ କ୍ରିକେଟର ଜାଣିଶୁଣି ଏହି ବେଆଇନ ଆପ୍‌ର ପ୍ରଚାରପ୍ରଚାର ପାଇଁ ନିଜକୁ ଚୁକ୍ତିବଦ୍ଧ କରିଥିଲେ ବୋଲି ଇଡି ତଦନ୍ତରୁ ଜାଣିବାକୁ ପାଇଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories