ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଂଶୋଦ୍ଭବ ହେଲେ ନ୍ୟୁୟର୍କର ମେୟର । ଜୋହରାନ ମମଦାନୀ ନ୍ୟୁୟର୍କର ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏହି ବିଜୟ ସହିତ ଜୋହରାନ୍ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି । ବିଜୟ ହେବା ପରେ ନିଜର ପ୍ରଥମ ଭାଷଣରେ ଜୋହରାନ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ପୁଅ ଜୋହରାନ ମମଦାନୀ ୬୫୦,୦୦୦ରୁ ଅଧବକ ଭୋଟ କିମ୍ବା ପ୍ରାୟ ୫୧.୨ ପ୍ରତିଶତ ଭୋଟ ସହିତ ନିର୍ବାଚନରେ ବିଜୟୀ ହୋଇ ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହୋଇଛନ୍ତି ।
ବିଜୟ ହେବା ପରେ ଜୋହରାନ ମମଦାନୀ ସମର୍ଥକମାନଙ୍କୁ ସାମ୍ବୋଧିତ କରି ଜୋହରାନ ମମଦାନୀ କହିଥିଲେ ‘ମୁଁ ଜବାହାରଲାଲ ନେହେରୁଙ୍କ କଥା ମନେ ପକାଉଛି । ଇତିହାସରେ ଏପରି ବିରଳ ମୁହୂର୍ତ୍ତ ଆସିଥାଏ ଯେତେବେଳେ ଆମେ ପୁରୁଣାରୁ ନୂତନକୁ ପାଦ ଦେଇଥାଉ । ଯେତେବେଳେ ଏକ ଯୁଗ ଶେଷ ହୁଏ, ଦୀର୍ଘଦିନ ଧରି ଦମନ କରାଯାଇଥିବା ଆତ୍ମାମାନେ ମତାମତର ସ୍ୱାଧୀନତା ପାଆନ୍ତି । ଆଜି, ଆମେ ପୁରୁଣାରୁ ନୂତନକୁ ପାଦ ଦେଇଯାଉଛୁ । ଆସନ୍ତା ଏବେ ସ୍ପଷ୍ଟତା ଏବଂ ଦୃଢତାର ସହିତ କଥାବାର୍ତ୍ତା କରିବା, ଏବେ ଏକ ନୂୂତନ ଯୁଗର ଉଦୟ ହେବ ।
#WATCH | Newly-elected Mayor of New York City, Zohran Mamdani says, “Standing before you, I think of the words of Jawaharlal Nehru. A moment comes but rarely in history when we step out from the old to the new, when an age ends and when the soul of a nation long suppressed finds… pic.twitter.com/42Vef68kgj
— ANI (@ANI) November 5, 2025
ମମ୍ଦାନୀ ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋ ଏବଂ ରିପବ୍ଲିକାନ୍ ପାର୍ଟିର କର୍ଟିସ୍ ସ୍ଲିୱାଙ୍କୁ ପରାସ୍ତ କରିଛନ୍ତି। ଏବେ, ମମ୍ଦାନୀଙ୍କୁ ଆମେରିକାର ସବୁଠାରୁ ବଡ ସହରବାସୀଙ୍କ ଦାବି ପୂରଣ କରିବାକୁ ପଡିବ ଏବଂ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପଡିବ।



