www.samajalive.in
Friday, December 12, 2025
15.1 C
Bhubaneswar

‘ଟିକେଟ୍ କାଟିବାକୁ କାହାର ଦମ୍ ନାହିଁ, ଖୁସିରେ ଛାଡୁଛି ରାଜନୀତି’

ଭୁବନେଶ୍ବର : ଅଭିଜ୍ଞ ସାଂସଦ ତଥାଗତ ସତପଥୀ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ସେ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ତଥାଗତ ସତପଥୀ କହିଛନ୍ତି ଯେ, ଟିକେଟ୍ କାଟିବାକୁ କାହାର ଦମ୍ ନାହିଁ । ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡୁଛି । କାହା ଚାପରେ ରାଜନୀତି ଛାଡିବାର ନିଷ୍ପତ୍ତି ନେଇଛନ୍ତି କି ପ୍ରଶ୍ନର ଉତ୍ତର ଦେଇ ତଥାଗତ ସତପଥୀ କହିଛନ୍ତି ଯେ, ମୋର ଗୋଟିଏ ଚାପ ହେଉଛି ପୁଅର ଚାପ । ପୁଅ କହିଲା ନିର୍ବାଚନ ଲଢନାହିଁ, ସାମ୍ବାଦିକତା କର ଓ ଘରେ ରୁହ । ଓଡିଶାରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକଙ୍କର ଅଭାବ ରହିଛି । ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି । ମୁଁ ନିରପେକ୍ଷ ଓ ନିର୍ଭୀକ ଖବର ପରିବେଷଣ କରିବାକୁ ଚେ​‌ଷ୍ଟା କରିବି । ୩ ମାସ ହେବ ମୁଁ ଏହି କଥା କହୁଛି । ମନ ଦୁଃଖ ନାହିଁ ବରଂ ମୁଁ ଖୁସି ମନରେ କହୁଛି ଯେ ମୁଁ ରାଜନୀତି ଛାଡୁଛି । ମୁଁ କୌଣସି ଦଳରେ ମିଶିବି ନାହିଁ । ନବୀନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ନିର୍ବାଚନ ସରିବାର ୩/୪ ମାସ ପରେ ଢେଙ୍କାନାଳ ବୁଲିବି ।

ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ତଥା ଅଭିଜ୍ଞ ସାଂସଦ ତଥାଗତ ସତପଥୀ ରାଜନୀତି ଛାଡୁଛନ୍ତି ବୋଲି ତାଙ୍କ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଥିଲା । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି ବୋଲି ତଥାଗତ ସତପଥୀ ଆମ ଭୁବନେଶ୍ବର ପ୍ରତିନିଧିଙ୍କୁ କହିଥିଲେ । ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସାନ ପୁଅ ତଥାଗତ ସତପଥୀ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଆସନରୁ ୧୨ଶ, ୧୪ଶ, ୧୫ଶ ଏବଂ ୧୬ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories