www.samajalive.in
Friday, December 5, 2025
26.1 C
Bhubaneswar

ମାଲକାନଗିରିରୁ ଦୁଇ ଦେହଜୀବୀ ଓ ୨ ଗ୍ରାହକ ଗିରଫ

ମାଲକାନଗିରି : ଦେହ ବେପାର ଚାଲିଥିବାବେଳେ ମାଡିବସିଲା ମାଲକାନଗିରି ପୁଲିସ୍‌ । ଦେହଜୀବୀ ସହ ଗ୍ରାହକ ଗିରଫ। ଜିଲ୍ଲା ସଦରରେ ଥିବା ପାତ୍ରଗୁଡାରେ ଏକ ଭଡା ଘରେ ଏହି ଦେହ ବ୍ୟାପାର ଚାଲିଥିବାବେଳେ ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇ ଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ଚଢ଼ାଉ କରିଥିଲେ। ତେବେ ଏହି ଦେହ ବେପାର ଅନେକ ଦିନ ଧରି ଏଠାରେ ଚାଲିଥିବା ବେଳେ ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ଦୁଇ ଦେହଜୀବୀଙ୍କୁ ଏବଂ ଦୁଇ ଦେହ ବେପାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ରେ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ମଧ୍ୟ ଗିରଫ ହୋଇଛି। ତେବେ ଏହି ରାଣୀ ମହୁମାଛି ପୂର୍ବରୁ ମଧ୍ୟ ଥରେ ଗିରଫ ହୋଇଥିବା ଜଣାପଡିଛି। ସେହିପରି ଗିରଫ ଦୁଇ ଦେହଜୀବୀ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ଗିରଫ ଗ୍ରାହକମାନେ ଛତିଶଗଡ଼ ସୁକୁମା ଜିଲ୍ଲାର ବୋଲି ଜଣାପଡିଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories