www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ

ମୁମ୍ବଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଉଥିବା ଘଟଣା ଲୋକଲୋଚନକୁ ଆସିଛି। ଏହାକୁ ନେଇ ମୁମ୍ବଇ ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି ବୋଲିି ଏନ୍‌ସିପି (ଶରଦ ପୱାର ଗୋଷ୍ଠୀ) ବିଧାୟକ ରୋହିତ ପୱାର ଅକ୍ଟୋବର ୧୬ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଜାଲ ଭୋଟରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏଭଳି ହୀନ ଚକ୍ରାନ୍ତ କରାଯାଉଥିବା ରୋହିତ ଅଭିଯୋଗ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟରେ ବିଜେପିର କେତେକ କର୍ମକର୍ତ୍ତା ସାମିଲ ଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ଘଟଣା ପ୍ରସାରିତ ହେବାରେ ବିଜେପିର ସୋସିଆଲ ମିଡିଆ ସେଲ୍‌ ଆବାହକ ଧନଞ୍ଜୟ ୱାଗସକର ଥାନାରେ ଏତଲା ଦାଏର କରିଥିବା ଜଣାପଡିଛି। ୨୦୧୯ରୁ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ରରେ ୩୨ ଲକ୍ଷ ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ଏହା ବିଜେପିକୁ ଫାଇଦା ଦେଇଥିଲା ବୋଲି ରୋହିତ ଅଭିଯୋଗ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories