www.samajalive.in
Saturday, December 6, 2025
26.1 C
Bhubaneswar

୪୮ ଘଣ୍ଟାରେ ବିଦ୍ୟୁତ୍‌ ପୁନଃସ୍ଥାପନ : କେଭି ସିଂଦେଓ

ଭୁବନେଶ୍ଵର : ବଳ ଗୋଟାଉଛି ବାତ୍ୟା ମନ୍ଥା। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରି ନିକଟତର ହେଉଛି। ମଚ୍ଛଲିପଟନମଠାରୁ ୧୪୦ ଏବଂ କାକିନାଡାଠାରୁ ୨୪୦ କିମି ଦୂରରେ ରହିଛି। ଗୋପାଳପୁରଠାରୁ ୫୩୦ କିଲୋମିଟର ଦୂରରେ ରହିଛି ମନ୍ଥା। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି। ଆନ୍ଧ୍ର ଉକୂଳ କାକିନାଡା ଦଇ ଅତିକ୍ରମ କରିବ ବାତ୍ୟା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୧୦ କିମି ରହିବ। ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଉଛି , ତୁରନ୍ତ ସେ ସବୁକୁ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୯ଟି ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ୍‌ ରଖାଯାଇଛି। ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ। ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ଦାନା ସମୟରେ ୭ ଦିନରେ ଟଙ୍କା ଦିଆଯାଇଥିଲା। ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories