www.samajalive.in
Friday, December 12, 2025
15.1 C
Bhubaneswar

ସମାଲୋଚକଙ୍କୁ ମୋଦୀଙ୍କ ପ୍ରଶ୍ନ; ସେନା ଉପରେ କ’ଣ ଆପଣମାନଙ୍କର ଭରସା ନାହିଁ ?

ନୂଆଦିଲ୍ଲୀ: ପିଓକେର ବାଲାକୋଟରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣରେ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି କହିଛନ୍ତି ଯେ, ଆକ୍ରମଣରେ ୨୫୦ ଆତଙ୍କୀ ନିହତ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପିକୁ ସମାଲୋଚନା କରିଛନ୍ତି। କେତେ ଆତଙ୍କବାଦୀ ମରିଛନ୍ତି ତାହାର ପ୍ରକୃତ ସଂଖ୍ୟା ସରକାର କିପରି ଜାଣିଲେ ବୋଲି ପ୍ରଶ୍ନ କରିବା ସହ ପ୍ରମାଣ ଦେବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସୁରକ୍ଷା ବଳ ଉପରେ ଆପଣମାନଙ୍କର କ’ଣ ଭରସା ନାହିଁ ? ସେନା କଥାକୁ କ’ଣ ଆପଣମାନେ ବିଶ୍ଵାସ କରିପାରୁ ନାହାନ୍ତି। ? ଆମେ ସେନା ଉପରେ ଗର୍ବ କରିବା ଉଚିତ ବୋଲି ମୋଦୀ କହିଥିଲେ।

ତେବେ ମୋଦୀଙ୍କ ଏଭଳି ପ୍ରଶ୍ନ ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ ସେନାକୁ ବିଶ୍ଵାସ କରୁ ଏବଂ ଭରସା ମଧ୍ୟ କରୁ, କିନ୍ତୁ ବିଜେପିକୁ ନୁହେଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories