www.samajalive.in
Saturday, December 6, 2025
17.1 C
Bhubaneswar

ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫ ଉଦଘାଟିତ: ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ମୁମ୍ବଇ: ମୁମ୍ବଇରେ ଆଜିଠାରୁ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହିତ ଓଡ଼ିଶା ସମ୍ପର୍କିତ ଅଧିବେଶନରେ ଉପସ୍ଥିତ ରହିଛନ୍ତି । ଉକ୍ତ ଅଧିବେଶନରେ ଓଡ଼ିଶାରେ ବନ୍ଦର ଆଧାରିତ ପୁଞ୍ଜିନିବେଶ ଏବଂ ବନ୍ଦର ଜରିଆରେ ରପ୍ତାନୀ ସମ୍ପର୍କରେ ମାନସମନ୍ଥନ ହେଉଛି ।

ଏହି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ମୁମ୍ବଇରେ ଗତକାଲିଠୁ ପହଞ୍ଚିଥିଲେ । ଏହି ଅବସରରେ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ନିବେଶକ ଏକତ୍ର ହୋଇ ନୌ ଭିତ୍ତିଭୂମି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀଳ ଅର୍ଥନୀତିର ସମ୍ଭାବନା ସମ୍ପର୍କରେ ଆଲୋଚନ କରିବେ । ଦେଶର ବର୍ଦ୍ଧିତ ନୌବାଣିଜ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ଦିଗରେ ଓଡ଼ିଶାର ଉପସ୍ଥିତି ଗୁରୁତ୍ୱ ବହନ କରୁଛି ।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories