www.samajalive.in
Saturday, December 6, 2025
14.1 C
Bhubaneswar

କୁର୍ନୁଲ ବସ୍‌ ଟ୍ରାଜେଡି : ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଓ ମଦ୍ୟପ ବାଇକ୍‌ ଚାଳକ ଦାୟୀ

କୁର୍ନୁଲ: ଆନ୍ଧ୍ରପ୍ରଦେଶର କୁର୍ନୁଲ ନିକଟରେ ଗତ ଗୁରୁବାର ଏକ ବାଇକ୍‌କୁ ଧକ୍କା ଦେବା ପରେ ଏକ ଭଲ୍‌ଭୋ ବସ୍‌ରେ ନିଆଁ ଲାଗି ୨୦ ଜଣ ଯାତ୍ରୀଙ୍କର ପ୍ରାଣହାନି ଘଟିଛି। ଏହି ହୃଦୟ ବିଦାରକ ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ। ତେବେ ତଦନ୍ତକାରୀ ସଂସ୍ଥା ଏହି ଘଟଣାରେ ସଂପୃକ୍ତ ବସ୍‌ ଡ୍ରାଇଭରଙ୍କ ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂ ଲାଇସେନ୍ସ ଏବଂ ମଦ୍ୟପ ବାଇକ୍‌ ଚାଳକଙ୍କୁ ପରୋକ୍ଷରେ ଦାୟୀ କରିଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ଏମ.ଲକ୍ଷ୍ମାୟା ନାମକ ଡ୍ରାଇଭର ବସ୍‌ ଚଳାଉଥିଲେ। ତାଙ୍କର ଡ୍ରାଇଭିଂ ଲାଇସେନ୍ସରେ ଜାଲିଆତି କରାଯାଇଥିବାର ପ୍ରମାଣ ମିଳିଛି। ଲକ୍ଷ୍ମାୟା ପ୍ରକୃତରେ ୫ମ ଶ୍ରେଣୀ ପାସ୍‌ କରିଥିବାବେଳେ ଭାରୀ ଯାନ ଚଳାଇବା ଲାଇସେନ୍ସ ପାଇବାକୁ ଜାଲ୍‌ ୧୦ମ ଶ୍ରେଣୀ ପାସ୍‌ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡିଛି। ପରିବହନ ବିଭାଗର ନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଜଣେ ବ୍ୟକ୍ତିଙ୍କୁ ଅତିକମରେ ୮ମ ଶ୍ରେଣୀ ପାସ୍‌ କରିଥିବା ଜରୁରୀ। ତେବେ କେତେକ କ୍ଷେତ୍ରରେ ଏହି ନିୟମକୁ ଉଲ୍ଲଘଂନ କରାଯାଉଥିବା ଜଣାପଡିଛି। ଏଭଳି ଇଚ୍ଛୁକ ବ୍ୟକ୍ତି ଲାଇସେନ୍ସ ପାଇବାକୁ ଜାଲ୍‌ ଶିକ୍ଷାଗତ ସାର୍ଟିଫିକେଟ ଦାଖଲ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରୀ ଯାନ ଚଳାଇବା ପାଇଁ ଲକ୍ଷ୍ମାୟା ପ୍ରକୃତରେ ଯୋଗ୍ୟ ନୁହନ୍ତି ବୋଲି ତଦନ୍ତକାରୀ ସଂସ୍ଥା କହିଛି। ଅବଶ୍ୟ ଅଭିଜ୍ଞତା ଥିବାରୁ ଲକ୍ଷ୍ମାୟା ଏଭଳି ଡବଲ ଡେକର ବସ୍‌ ଚଳାଉଛନ୍ତି।

ଅପରପକ୍ଷରେ ଦୁର୍ଘଟଣା ଦିନ ଶିବ ଶଙ୍କର ଓ ଏରି ସ୍ବାମୀ ନାମକ ଦୁଇଜଣ ଯୁବକ ବାଇକ୍‌ରେ ଯାତ୍ରା କରୁଥିଲେ। ୪୪ ନମ୍ବର ଜାତୀୟ ରାଜପଥର ଚିନ୍ନା ଟେକୁରୁ ନିକଟରେ ବାଇକ୍‌ ଚଳାଉଥିବା ଶିବ ଶଙ୍କର ନିୟନ୍ତ୍ରଣ ହରାଇବାରୁ ଏହା ରୋଡ୍‌ ଡିଭାଇଡରରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଶିବ ଶଙ୍କରର ମୃତ୍ୟୁ ଘଟିଥିବାବେ​‌େ​‌ଳ ପଛରେ ବସିଥିବା ଏରି ସ୍ବାମୀ ଆହତ ହୋଇଥିଲେ। ଏରି ସ୍ବାମୀ ଇତିମଧ୍ୟରେ ଶିବ ଶଙ୍କରର ମୃତଦେହକୁ ରାସ୍ତାରୁ ଅପସାରଣ କରିଥିବାବେଳେ ବାଇକ୍‌କୁ ଉଠାଇବାକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଭଲ୍‌ଭୋ ବସ୍‌ଟି ଉକ୍ତ ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା। ଏଥିଯୋଗୁଁ ବାଇକ୍‌ର ତେଲ ଟାଙ୍କି ଫାଟିଯିବା ସହ ବିସ୍ଫୋରଣ ଘଟିଥିଲା ଏବଂ ବସ୍‌ରେ ନିଆଁ ଲାଗିଯାଇଥିଲା। ଶିବ ଶଙ୍କର ଓ ଏରି ସ୍ବାମୀ ପ୍ରଥମେ ଏକ ଢ଼ାବାରେ ମଦ୍ୟପାନ ସହ ରାତ୍ରିଭୋଜନ କରିଥିଲେ। ରାତି ୨ଟା ସମୟରେ ଏରିଙ୍କୁ ଘରେ ଛାଡିବାକୁ ଶିବ ଶଙ୍କର ମନସ୍ଥ କରି ପ୍ରଥମେ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲେ। ବିଳମ୍ବିତ ରାତି ହୋଇଥିବାରୁ ପେଟ୍ରୋଲ ପମ୍ପ ବନ୍ଦ ଥିଲା। ଶିବ ଶଙ୍କର ସମ୍ପୂର୍ଣ୍ଣ ନିଶାଗ୍ରସ୍ତ ହୋଇପଡିଥିବାବେଳେ ବାଇକ୍‌ ଉପରେ ନିୟନ୍ତ୍ରଣ ନଥିଲା ବୋଲି ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜରୁ ଜଣାପଡିଛି। ପେଟ୍ରୋଲ ଭର୍ତ୍ତି କରି ରାଜପଥରେ ଘରକୁ ଫେରୁଥିବାବେଳେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ହାଇଦରାବାଦ ପୁଲିସ କମିସନର ଭି.ସି.ସଜ୍ଜନାର କହିଛନ୍ତି ଯେ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ କହିଲେ ଅତ୍ୟୁକ୍ତି ହେବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories