www.samajalive.in
Monday, December 8, 2025
27.1 C
Bhubaneswar

ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ ରୋହିତ, କୋହଲି…

ସମାଜ ନ୍ୟୁଜ ଡେସ୍କ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଦିିନିକିଆ ସିରିଜ ଅଭିଯାନ ଶେଷ ହୋଇଛି । ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରାୟତଃ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ । ରୋହିତଙ୍କ ଶତକ ଏବଂ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ତୃତୀୟ ଦିିନିକିଆ ସହଜରେ ଜିିତିଥିଲା । ମ୍ୟାଚ ପରେ ଉଭୟ ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

- Advertisement -

ରୋହିତ କହିଥିଲେ, ଅଷ୍ଟ୍ରେଲିଆରେ ଖେଳିବାକୁ ସର୍ବଦା ମୋତେ ଭଲ ଲାଗିଥାଏ । ୨୦୦୮ରୁ ଏହି ଭଲପାଇବା ଲାଗି ରହିଛି । ଅଷ୍ଟ୍ରେଲିଆ ପୂର୍ନବାର ଆସିବୁ କି ନାହିଁ କହି ହେଉନି । କ୍ରିକେଟର ଆନନ୍ଦ ଉଠାଇବାକୁ ମୁଁ ଭଲ ପାଏ । ଅଷ୍ଟ୍ରେଲିଆ ପ୍ରଶଂସକ ଓ ପରିବେଶ ଏହାକୁ ଦ୍ୱିଗୁଣିତ କରିଥାଏ । କୋହଲି କହିଲେ ଖେଳ ସର୍ବଦା କିଛି ନା କିଛି ନୂଆ କଥା ଶିଖାଇଥାଏ । ସବୁ କିଛି ଠିକ ଚାଲୁ ନ ଥିବା ବେଳେ ଭଲ ପ୍ରଦର୍ଶନ କରିବା ବଡ ଚ୍ୟାଲେଞ୍ଜ ହୋଇଥାଏ । ରୋହିତଙ୍କ ସହ ବ୍ୟାଟିଂ କରିବା ବହୁତ ସହଜ ହୋଇଥାଏ । ଦଳର ବିଜୟରେ ଯୋଗଦାନ ଦେଇଥିବାରୁ ଆମେ ଗର୍ବିତ ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆ ଦର୍ଶକ ଭଲ କ୍ରିକେଟ ଜ୍ଞାନ ରଖିଥାନ୍ତି । ସେମାନଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଭଲ ଲାଗେ । ଆପଣମାନେ ମନେ ପଡିବେ ବୋଲି କୋହଲି କହିଥିଲେ ।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories