BJD Bijuli 480×75 Mob

ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

BJD Bijuli 480×75 Mob
0

ଭୁବନେଶ୍ଵର: ଆଜି ମହାଶିବରାତ୍ରି। ଏଥିପାଇଁ ସାରା ରାଜ୍ୟରେ ଶିବ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ବିଶେଷକରି ପୁରୀର ଶ୍ରୀଲୋକନାଥ ମନ୍ଦିର, ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ, ବ୍ରହ୍ମେଶ୍ଵର ମନ୍ଦିର, କଟକର ଧବଳେଶ୍ଵର, ଆରଡିର ବାବା ଆଖଣ୍ଡଳମଣି ପୀଠ, ଜଗତତ୍ସିଂହପୁରର ବାବା ଗୋରଖନାଥ, ଢେଙ୍କାନାଳର କପିଳାସ ଆଦି ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ଶ୍ରଦ୍ଧାଳୁମାନେ ଉପବାସ ରହି ମହାଦେବଙ୍କୁ ଆରାଧନା କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ରାତିରେ ମନ୍ଦିରଗୁଡ଼ିକରେ ହରିହର ଭେଟ ହେବା ସହ ମହାଦୀପ ଉଠିବ।

ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ସବୁ ସ୍ଥାନରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି।

Leave A Reply