www.samajalive.in
Saturday, December 6, 2025
16.1 C
Bhubaneswar

ପୀତବାସ ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜିଲା ସଭାପତି ବିକ୍ରମ ପଣ୍ଡାଙ୍କୁ ମଙ୍ଗଳବାର ରାତିରେ ପୁଲିସ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ପଚରାଉଚରା କରିବାକୁ ଡାକିଥିଲା । ସେପଟେ ପୂର୍ବତନ ମେୟରଙ୍କ ସହଯୋଗୀ କୁହାଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଜେରା କରୁଛି । ଏହି ମାମଲାରେ ଏବେ ୪ଜଣ ରାଜନେତାଙ୍କୁ ପଚରାଉଚରା କରୁଛି ପୁଲିସ ।

ପୁଲିସ ଏହି ଘଟଣାର ତଦନ୍ତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ପୂର୍ବରୁ କହିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ହେବ ବୋଲି ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତିଶେଖର ମଙ୍ଗଳବାର କହିଛନ୍ତି। ପୀତବାସଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ସେ ବିଷୟରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶୀଘ୍ର ସୂଚନା ଦେବେ ବୋଲି ସେ କହିଛନ୍ତି।

- Advertisement -

ପୀତବାସଙ୍କ ହତ୍ୟା ବ୍ୟବସାୟକୁ ନେଇ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହା ପଛରେ ରାଜନୈତିକ ଶତ୍ରୁତା ଅଛି ନା ନାହିଁ ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଏକାଧିକ ରାଜନୈତିକ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା କରୁଥିବାରୁ ହତ୍ୟା ଘଟଣାର କିଛି ରାଜନୈତିକ ସଂଯୋଗ ଥିବା ଅନୁମାନ କରି ପୁଲିସ ତଦନ୍ତକୁ ସେହି ଦିଗରେ ଗତିଶୀଳ କରିିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories