www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଶାସନ ସୃଷ୍ଟି କଲା କୃତ୍ରିମ ଭୂମିକମ୍ପ: ଥରିଲା ୬ ଗାଁ, ଭାଙ୍ଗିଲା ଶତାଧିକ ଘର

ସୋର(ବାଲେଶ୍ଵର): ପୁଲିସ ଓ ପ୍ରଶାସନ ସୃଷ୍ଟି କଲା କୃତ୍ରିମ ଭୂମିକମ୍ପ: ଥରିଲା ୬ ଗାଁ, ଭାଙ୍ଗିଲା ଶତାଧିକ ଘର। ପ୍ରଶାସନର ଖାମଖିଆଲି ନୀତି ପାଇଁ ଜବତ ବାଣ ନିଷ୍କ୍ରିୟ ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ୬ ଗାଁର ଶତାଧିକ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ରୋଗୀ ତଳେ ପଡ଼ି ଆହତ ହେଲେ। ଲୋକେ ଭୟରେ ଘରୁ ବାହାରକୁ ଦୌଡିଲେ। ପୁଲିସ ନାଁରେ ଥାନାରେ ଅଭିଯୋଗ କଲେ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୁଲିସ ବେଆଇନ ଜବତ ବାଣ ବିସ୍ଫୋରଣ କରାଇବା ଯୋଗୁ ଏଭଳି ଅଘଟଣ ଘଟିଛି। ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝରକା ଭାଙ୍ଗିଥିବା ଚିତ୍ର ସାମ୍ନାକୁ ଆସିଛି।

- Advertisement -

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସୋର ପୁଲିସ ଓ ତହସିଲ ପକ୍ଷରୁ ଏକକାଳୀନ ଜବତ ହୋଇଥିବା ବେଆଇନ ବାଣକୁ ପିକଅପରୁ ଅନଲୋଡ଼ କରି ବେହେରାସାହିରେ ଜେସିବିରେ ଗାତ ଖୋଳି ସେଥିରେ ପକାଯାଇଥିଲା। ପରେ ବାଣକୁ ବିସ୍ଫୋରଣ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପବିତ୍ର ଦୀପାବଳି ଅବସରରେ ପୁଲିସ ଓ ତହସିଲ ପକ୍ଷରୁ ଏପରି ଖାମଖିଆଲି ମନୋଭାବ ପାଇଁ ତଳନଗର ପଞ୍ଚାୟତର ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର ଗ୍ରାମ ଓ ସବିରା ପଞ୍ଚାୟତ ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି। କିଛି କ୍ଷତିଗ୍ରସ୍ତ ପରିବାର ଥାନାରେ ଅଭଯୋଗ କରିଛନ୍ତି। ପ୍ରଶାସନ ଅପରିଣାମଦର୍ଶୀ ଯୋଗୁ କୋକୁଆ ଭୟ ସୃଷ୍ଟି ହେବା ସହିତ ବିରାଟ ଧୂଆଁ ଆକାଶକୁ ଉଠିଥିଲା। କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତି ଦେବାକୁ ତଳନଗର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଦାସ ଓ ସବିରା ସରପଞ୍ଚ ରାଜୀବ ରାଉତ ଦାବି କରିଛନ୍ତି।

ସ୍ଥାନୀୟ ଗ୍ରାମବାସୀ ଶଙ୍କର୍ଷଣ ବେହେରା କହିଛନ୍ତି ଯେ, ପୁଲିସ ଓ ପ୍ରଶାସନର ଏଭଳ କାର୍ଯ୍ୟ ଯୋଗୁ ତାଙ୍କ ଘରର କାନ୍ଥ ଫାଟି ନଷ୍ଟ ହୋଇଛି। ଏଭଳି କାର୍ଯ୍ୟ ପାଇଁ ପୁଲିସ ଓ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ କ୍ଷତିପୂରଣ ଦିଆଯାଉଛି।

ରାଧିକାନଗର ବାସିନ୍ଦା ସସ୍ମିତା ବେହେରା କହିଛନ୍ତି, ଦିନ ୧୨ଟା ବେଳେ ହଠାତ ପ୍ରଚଣ୍ଡ ଶବ୍ଦ ହେଲା। ତାଙ୍କ ଘର ଛାତ ଫାଟି ଅତଡ଼ା ତଳକୁ ଖସିପଡ଼ିଲା। ଭୟରେ ସେ ଓ ପରିବାର ଲୋକେ ଦୌଡ଼ି ବାହାରକୁ ଚାଲିଯାଇଥିଲେ। ପ୍ରଶାସନ ଏପରି କଲେ ଆମେ କ’ଣ କରିବୁ। ତୁରନ୍ତ ଆମର କ୍ଷତିଭରଣା କରାଯାଉ।

ସାବିତ୍ରୀ ନାୟକ ନାମ୍ନୀ କୁହନ୍ତି, ପ୍ରଚଣ୍ଡ ଶବ୍ଦ ଯୋଗୁ ସେ ଚେତା ହରାଇ ତଳେ ପଡ଼ିଯାଇଥିଲେ। ସୁନାରି ପଣଷବାଙ୍କ ୬ ନଂ. ଓ୍ବାର୍ଡ ବାସିନ୍ଦା କହିଛନ୍ତି, ପୁଲିସ ବୋମା ଫୁଟାଇବାରୁ ଆମ ଘରର ଛାତ ଫାଟିଯାଇଛି। କାନ୍ଥ ଫାଟିଯାଇଛି। ଆମକୁ ପୂରା କ୍ଷତିପୂରଣ ଦିଆଯାଉ।

ପୂର୍ବତନ ସରପଞ୍ଚ ରାଚେନ୍ଦ୍ର ପ୍ରସାଦ ଦାସ କୁହନ୍ତି, ପଞ୍ଚାୟତକୁ ନ ଜଣାଇ ପୁଲିସ ଓ ପ୍ରଶାସନ ଏଭଳି କାର୍ଯ୍ୟ କରିଛନ୍ତି। ଏଭଳି ଭୟଙ୍କର ବିସ୍ଫୋରଣ ଦ୍ଵାରା ବହୁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories