www.samajalive.in
Saturday, December 6, 2025
14.1 C
Bhubaneswar

ନୂଆପଡ଼ାରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ାରେ ଶାସକ ଦଳର ନେତା ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ​‌ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବିଜେଡି ପକ୍ଷରୁ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଅଭିଯୋଗ ତଥା ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଅଭିଯୋଗପତ୍ରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ଗତ ୨୦ ତାରିଖରେ ଗୋପୀନାଥ ଜିଏନଏମ ନର୍ସିଂ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଏକ ରାଜନୈତିକ ସଭାରେ ସାମିଲ ହୋଇ ଉଦବୋଧନ ଦେଇଛନ୍ତି। ସେ ନୂଆପଡ଼ା ବିଧାନସଭା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ସକ୍ରିୟ ଭାବେ ପ୍ରଚାର କରିଛନ୍ତି। ଯଦିଓ ଏହି ସଭା ଗଣ୍ଡ ସମାଜ ପକ୍ଷରୁ ଆୟୋଜନ କରାଯାଇଥିଲା, ଏହାର ବିଷୟବସ୍ତୁ ଏବଂ ଉଦ୍ଦେଶ୍ୟ ରାଜନୈତିକ ଥିଲା। ବିଜେପି ପ୍ରାର୍ଥୀଙ୍କ ଆଡକୁ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ଏହି ବୈଠକ ଆୟୋଜନ କରାଯାଇଥିଲା।

- Advertisement -

ଭାରତ ନିର୍ବାଚନ ଆୟୋଗଙ୍କ ଆଦର୍ଶ ଆଚରଣ ବିଧି ଅନୁସାରେ, କୌଣସି ଘରୋଇ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନକୁ ରାଜନୈତିକ ବୈଠକ, ପ୍ରଚାର ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଏହା କଠୋର ଭାବେ ନିଷେଧ କରାଯାଇଛି। କିନ୍ତୁ ମନ୍ତ୍ରୀ ଜିଏନଏମ ନର୍ସିଂ କଲେଜ କ୍ୟାମ୍ପସରେ ଆୟୋଜିତ ସଭାରେ ଯୋଗଦେଇ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ନିଜ ପଦବୀର ଦୁରୁପଯୋଗ କରିଛନ୍ତି। ଛାତ୍ର ଏବଂ ଶିକ୍ଷକମାନଙ୍କୁ ପ୍ରଲୋଭିତ କରବାକୁ ଚେଷ୍ଟା କରିଛନ୍ତି। ତେଣୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ଏହାସହିତ ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ନେବା ପାଇଁ ମଧ୍ୟ ଦଳ ଅନୁରୋଧ କରିଛି। ଦଳ ପକ୍ଷରୁ ପ୍ରିୟବ୍ରତ ମାଝୀ, ମିହିର ରାୟ, ଇପସିତା ସାହୁ ପ୍ରମୁଖଙ୍କ ସମେତ ଅନ୍ୟ କିଛି ନେତା ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories