www.samajalive.in
Friday, December 5, 2025
23.1 C
Bhubaneswar

ପଞ୍ଚମ ଶ୍ରେଣୀ ଛାତ୍ରକୁ ପ୍ଲାଷ୍ଟିକ୍ ପାଇପରେ ପିଟିଲେ ଅଧ୍ୟକ୍ଷ

ବେଙ୍ଗାଲୁରୁ, ୨୧ା୧୦: ବେଙ୍ଗାଲୁରୁର ଏକ ଘରୋଇ କଲେଜର ଅଧ୍ୟକ୍ଷ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ପ୍ଲାଷ୍ଟିକ୍ ପାଇପରେ ପିଟିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ମା’ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ହୋୟସଲାନଗରରେ ରହୁଥିବା ଦିବ୍ୟା ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ନୟନ ଗୌଡା ସେଣ୍ଟ ମେରୀ ସ୍କୁଲରେ ପଢନ୍ତି। ୧୪ ଅକ୍ଟୋବରରେ ବିଦ୍ୟାଳୟ ପରିସରରେ ଅପରାହ୍ନରେ ତାଙ୍କ ପୁଅକୁ ପ୍ରିନ୍ସପାଲ ରାକେଶ କୁମାର ଏକ ପ୍ଲାଷ୍ଟିକ୍ ପାଇପରେ ମାଡ ମାରିଥିଲେ। ଏଥିରେ ସେ ରକ୍ତାକ୍ତ ହେବା ସହ ମାନସିକ ଭାବେ ମଧ୍ୟ ଯନ୍ତ୍ରଣା ପାଇଛି।

ଅଭିଯୋଗ ଅନୁସାରେ ପିଲାଟି ନିଜକୁ ରକ୍ଷା କରିବାକୁ ଦୌଡି ପଳାଇବାକୁ ଚେଷ୍ଟା କରିବା ସମୟରେ ଶିକ୍ଷକ ଚନ୍ଦ୍ରିକା ତାଙ୍କୁ ଧରି ଅଟକାଇଥିଲେ ଏବଂ ପ୍ରିନ୍ସମାଡ ପାଇପରେ ପିଟିଥିଲେ। ସେହି ସମୟରେ ସେଠାରେ ବିଦ୍ୟାଳୟ ମାଲିକ ବିଜୟ କୁମାର ଉପସ୍ଥିତ ଥିଲେ; କିନ୍ତୁ ସେ ଏଥିରେ ହସ୍ତକ୍ଷେପ କରିନଥିଲେ। ବିଦ୍ୟାଳୟରେ ଏ ସମ୍ପର୍କରେ ପଚାରିବାରୁ ଟ୍ରାନ୍ସଫର ସାର୍ଟିଫିକେଟ୍ ନେଇ ଅନ୍ୟ କୌଣସି ସ୍କୁଲରେ ଆଡମିଶନ ଧମକ ମିଳିଥିଲା। ଦିବ୍ୟା ଏନେଇ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଚାହିଁଛନ୍ତି। ଅନ୍ୟପଟେ ପୁଲିସ ଘଟଣାର ଯାଞ୍ଚ କରୁଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories