www.samajalive.in
Saturday, December 6, 2025
14.1 C
Bhubaneswar

ଖୁବଶୀଘ୍ର ପୀତବାସ ପଣ୍ଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ-ଆଇଜି

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାର ୧୬ଦିନରେ ବଡ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ପୁଲିସ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୁଲିସ । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେବେ ବୋଲି ଆଇଜି କହିଛନ୍ତି । ଗତକାଲି ଏହି ଘଟଣାରେ ବ୍ରହ୍ମପୁର ଅଞ୍ଚଳର ଜଣେ ବଡ ରାଜନେତାଙ୍କୁ ପୁଲିସ ଉଠାଇ ନେଇ ଜେରା କରୁଛି । ଏହି ହାଇପ୍ରୋଫାଇଲ ମର୍ଡର କେସର ଖୁବଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି । ଏଯାବତ ୮ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ରାଜନୈତିକ ଓ ବ୍ୟବସାୟୀ ଦିଗକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରି ପୁଲିସ ତଦନ୍ତ କରୁଛି ।

ପୂର୍ବରୁ ପୁଲିସ ବାଲି, ଜମି ଓ ବ୍ୟବସାୟୀକ ଶତ୍ରୁତା ଦିଗରେ ତଦନ୍ତ କରି ଥିଲା । ହେଲେ ଏହି ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଲିଙ୍କ ମିଳିବା ପରେ ପୁଲିସ ନିଜ ତଦନ୍ତର ଦିଗ ବଦଳାଇ ଥିଲା । ଏପଟେ ପୀତବାସଙ୍କୁ ବାହାର ରାଜ୍ୟର ନୁହଁ ଗଞ୍ଜାମର ୨ ଜଣ ଯୁବକ ଗୁଳି କରିଥିବା କୁହାଯାଉଛି । ଏହା ଏକ ସୁଚିନ୍ତିତ ହତ୍ୟା । ଏହା ପଛରେ ବହୁ ପୁରୁଣା ରାଜନୈତିକ ବ୍ୟକ୍ତି, ବ୍ୟବସାୟୀ ଓ ଅପରାଧିକ ବ୍ୟକ୍ତି ରହିଥିବା ମଧ୍ୟ କୁହାଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories