www.samajalive.in
Saturday, December 6, 2025
16.1 C
Bhubaneswar

ନୂଆପଡାରେ ତ୍ରିମୁଖୀ ଲଢେଇ: କିଏ ଜିତିବେ ଭୋଟରଙ୍କ ମନ

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ, ଏଥର ଆରମ୍ଭ ହେବା ମୁକାବିଲା । ତିନି ପ୍ରମୁଖ ଦଳ, ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ହୋଇଥିବା ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କ ପାଖକୁ ଯାଉଛନ୍ତି । ସୋମାବର ଦିନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ୨୨ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ସେପଟେ ନାମାଙ୍କନ ଶେଷ ହେବା ପରେ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ।

ପୂର୍ବରୁ ବିଜେଡି ଦଖଲରେ ଥିବା ନୂଆପଡା ଆସନକୁ ଅକ୍ତିଆର କରିବା ଲାଗି ଶାସକ ବିଜେପି ସବୁ କୌଶଳ ଆପଣାଇବା ସହ ବିକାଶକୁ ମୁଦ୍ଦା କରିଛି । ଜୟ ଢୋଲକିଆଙ୍କୁ ବିଜେପି ନିଜ ପଟେ କରି ସହ ପ୍ରାର୍ଥୀ କରିବା ପରେ ବିଜେଡି ପାଇଁ ଚିନ୍ତା ପ୍ରମୁଖ କାରଣ ହୋଇଛି । ବିଜେଡି ଏଠାରେ ସମସ୍ତଙ୍କୁ ଚକିତ କରି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା ପରେ ତାଙ୍କୁ ଜିତାଇବା ପାଇଁ ଦଳର ତୁଙ୍ଗ ନେତାମାନେ ଲାଗି ପଡିଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ବରିଷ୍ଠ ଓ ଅଭିଜ୍ଞ । ବିଜେପି ଓ ବିଜେଡି ଏକାଠି ହୋଇ ନିର୍ବାଚନ ଲଢୁଥିବା କଂଗ୍ରେସ କହିଛି ।

- Advertisement -

ତେବେ ନୂଆପଡାରେ କଂଗ୍ରେସ ଆଦିବାସୀ କାର୍ଡ ଖେଳୁଥିବା ବେଳେ ବିଜେଡି ମହିଳା ଚେହେରା ନେଇ ନିର୍ବାଚନୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଶାସକ ବିଜେପି କିନ୍ତୁ ଦିବ୍ୟଙ୍ଗତ ବିଧାୟକଙ୍କ ପୁଅକୁ ପ୍ରାର୍ଥୀ କରି ଲୋକଙ୍କ ସମବେଦନା ପାଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । ନୂଆପଡାରେ ମୋଟ ୨ଲକ୍ଷ ୫୪ହଜାର ଭୋଟର ଥିବା ବେଳେ ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୬ହଜାର ୧୩୨ । ପୁରୁଷ ଭୋଟର ହେଲେ ୧ଲକ୍ଷ ୨୨ହଜାର ୧୦୩ । ଏହି ନିର୍ବାଚନ ମଣ୍ଡଳୀରେ ୩୩ପ୍ରତିଶତ ହେଉଛନ୍ତି ଆଦିବାସୀ । ତେଣୁ ଭୋଟରଙ୍କ ମନ ଜିଣିବା ଲାଗି ତିନି ପ୍ରମୁଖ ଦଳର ଅଣ୍ଟା ଭିଡିଛନ୍ତି ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories