www.samajalive.in
Friday, December 5, 2025
20.1 C
Bhubaneswar

ପ୍ରବଳ ଭିଡ଼: ଟ୍ରେନରୁ ଖସି ୨ ଯାତ୍ରୀ ମୃତ

ସମାଜ ଡିଜିଟାଲ ଡେସ୍କ: ମୁମ୍ବଇର ଲୋକମାନ୍ୟ ତିଳକ ଷ୍ଟେସନରୁ ବିହାର ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ବଡ଼ ଦୁର୍ଘଟଣା ଘଟିଛି। ନାସିକ ରୋଡ ରେଳ ଷ୍ଟେସନରୁ କିଛି ଦୂରରେ ୩ ଜଣ ଯାତ୍ରୀ ଟ୍ରେନରୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୀପାବଳି ପର୍ବ ପାଇଁ ବିହାର ଟ୍ରେନରେ ଏତେ ଭିଡ଼ ରହିଥିଲା କି ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ଲୋକେ ଘରକୁ ଫେରୁଥିବାରୁ ଭିଡ଼ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ। ଅନ୍ୟ ଯାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୌଣସି ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ। ଭିଡ଼ ଯୋଗୁ ଯାତ୍ରୀମାନେ ଟ୍ରେନରୁ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories