www.samajalive.in
Saturday, December 6, 2025
23.1 C
Bhubaneswar

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା: ମୁନା ମହାନ୍ତି ପୈତୃକ ଘରେ କ୍ରାଇମବ୍ରାଞ୍ଚ ଚଢ଼ଉ

ବୈଦ୍ୟେଶ୍ୱର/କଳାପଥର: ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଗିରଫ ଦଲାଲ ମୁନା ମହାନ୍ତି ଘରେ ଶନିବାର ଚଢ଼ଉ କରିଛି। ଆଶାୟୀ ପ୍ରାର୍ଥୀଙ୍କୁ ବସ୍‌ ଯୋଗେ ଆନ୍ଧ୍ର ପ୍ରଦେଶ ନେବା ପାଇଁ ପ୍ରାର୍ଥୀମାନେ ଯେଉଁ ଅରିଜିନାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ବ୍ଲାଙ୍କ ଚେକ୍‌ ଦେଇଥିଲେ, ତାହା ଦଲାଲ ମୁନା ପାଖରେ ଥିବା କ୍ରାଇମବ୍ରାଞ୍ଚ ନିକଟରେ ସୂଚନା ରହିଛି। ଏହି ସୂଚନାକୁ ଆଧାର କରି ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ ଆଦି ଜବତ ଲାଗି ତଦନ୍ତକାରୀ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏଥିସହ ମୁନାର ସମ୍ପତ୍ତିକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି। ଅଭିଯୁକ୍ତର କଳାସାମ୍ରାଜ୍ୟ ଖୋଜି ବାହାର କରିବାକୁ ଉଦ୍ୟମ ଚଳାଇଛି।
ଶୁକ୍ରବାର କ୍ରାଇମବ୍ରାଞ୍ଚ ମୁନାକୁ ଦଶପଲ୍ଲାର ଏକ ଫାର୍ମ ହାଉସରୁ ଗିରଫ କରିଥିବାବେଳେ ଆଜି ତା’ର ପୈତୃକ ଘର ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ତଳସାହିସ୍ଥିତ ଘରେ ଚଢ଼ଉ କରିଥିଲା। କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟରଙ୍କ ନେତୃତ୍ବରେ ତିନିଜଣିଆ ଦଳ ପୂର୍ବାହ୍ନ ୧୧ଟାରେ ଏହି ଚଢ଼ଉ କରିଥିଲେ। ସେତେବେଳେ ଘରେ ମୁନାଙ୍କ ମାଆ ଥିଲେ। ମାଆଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଦଳ ତନ୍ନତନ୍ନ କରି ଯାଞ୍ଚ କରି କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଉଦ୍ଧାର କରିଥିବା ସୂଚନା ମିଳିଛି। ଅପରାହ୍ଣ ସାଢ଼େ ଦୁଇଟା ପର୍ଯ୍ୟନ୍ତ ଏହି ଚଢ଼ଉ ଜାରି ରହିଥିଲା। ବର୍ଷକ ମଧ୍ୟରେ ମୁନା ମହାନ୍ତି ଏହି ଅଟ୍ଟାଳିକା ନିର୍ମାଣ କରିଥିବା ସ୍ଥାନୀୟ ଲୋକମାନେ କ୍ରାଇମବ୍ରାଞ୍ଚ ଦଳକୁ ସୂଚନା ଦେଇଛନ୍ତି।
ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରେ ମୁନାର ଦୁଇଟି ହାଇୱା ଗାଡ଼ି ଥିବା ଓ ସେ ଏସ୍‌ୟୁଭି ଗାଡ଼ି ବ୍ୟବହାର କରୁଥିବା କ୍ରାଇମବ୍ରାଞ୍ଚ ଦଳ ସୂଚନା ପାଇଛନ୍ତି। ଏହି ରାକେଟର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ମୁନା ତା’ର ମୁଖ୍ୟ ସହଯୋଗୀ ଥିଲା। ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ କହିବା ପରେ ତଦନ୍ତକାରୀ ଦଳ ଚଢ଼ଉ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ଶଙ୍କରକୁ ଧରିବା ଲାଗି ଅନ୍ୟ ରାଜ୍ୟରେ କ୍ରାଇମବ୍ରାଞ୍ଚର ଦୁଇଟି ଦଳ ଡେରା ପକାଇଥିବା ସୂଚନା ରହିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories