www.samajalive.in
Sunday, December 14, 2025
16.1 C
Bhubaneswar

ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି: ୧୦ ଗ୍ରାମକୁ ୧ ଲକ୍ଷ ୩୦ ହଜାର ଟଙ୍କା

ଡ଼େସ୍କ: ଭାରତରେ ଗତ ୧୫ ଦିନ ମଧ୍ୟରେ ଭାରତରେ ସୁନା ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧି ଘଟିଛି। ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ଅତିକ୍ରମ କରିଛି। ବିଶ୍ଵରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ସୁନା ମୂଲ୍ୟ ବୃଦ୍ଧିର କାରଣ ବୋଲି ବିଶେଷଜ୍ଞ କହିଛନ୍ତି। ଆମେରିକା ଏବଂ ଚୀନ୍ ମଧ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତା ବୃଦ୍ଧି ପାଇଛି। ଫଳରେ ସୁନାର ଚାହିଦା ଓ ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ପାଉଛି।
ଆନ୍ତର୍ଜାତୀୟ ସ୍ତରରେ ସୁନା ମୂଲ୍ୟ ଅକ୍ଟୋବର ୨ରେ ପ୍ରତି ଟ୍ରୟ ଆଉନ୍ସ (୩୧.୧୦ ଗ୍ରାମ)ର ମୂଲ୍ୟ ପ୍ରାୟ ୩,୮୬୮ ଡଲାରରୁ ଅକ୍ଟୋବର ୧୭ରେ ୪,୩୭୨ ଡଲାରକୁ ବୃଦ୍ଧି ପାଇଛି, ଯେତେବେଳେ ସେହି ସମୟ ମଧ୍ୟରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଭାରତୀୟ ମୂଲ୍ୟ ପ୍ରାୟ ୧ ଲକ୍ଷ ୧୭ ହଜାର ୩୩୦ ଟଙ୍କାରୁ ୧ ଲକ୍ଷ ୨୭ ହଜାର ୪୭୦ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ସୁନା ମୂଲ୍ୟ ଅକ୍ଟୋବର ୧୭ ସୁଦ୍ଧା ୧ ଲକ୍ଷ ୩୦ ହଜାର ଟଙ୍କା ଅତିକ୍ରମ କରିଛି।
ଗତ ୧୫ ଦିନ ମଧ୍ୟରେ ଭାରତରେ ସୁନା ମୂଲ୍ୟ ବୃଦ୍ଧି:
ତାରିଖ`           ୨୪ କ୍ୟାରେଟ ସୁନା ମୂଲ୍ୟ      ବୃଦ୍ଧି(+)/ହ୍ରାସ(-)%
                       (ପ୍ରତି ୧୦ ଗ୍ରାମ)
ଅକ୍ଟୋବର ୧୭     ୧,୩୨,୭୭୦                +୨.୫୭%
ଅକ୍ଟୋବର ୧୬     ୧,୨୯,୪୪୦                +୦.୪୭%
ଅକ୍ଟୋବର ୧୫     ୧,୨୮,୮୪୦                +୧.୦୩%
ଅକ୍ଟୋବର ୧୪     ୧,୨୭,୫୧୦                +୧.୭୭%
ଅକ୍ଟୋବର ୧୩     ୧,୨୫,୨୯୦                +୨.୨୦%
ଅକ୍ଟୋବର ୧୨     ୧,୨୨,୫୯୦                ୦%
ଅକ୍ଟୋବର ୧୧     ୧,୨୨,୫୯୦               +୦.୦୬%
ଅକ୍ଟୋବର ୧୦     ୧,୨୨,୫୧୦               -୦.୯୧%
ଅକ୍ଟୋବର ୯       ୧,୨୩,୬୩୦               +୦.୪୩%
ଅକ୍ଟୋବର ୮       ୧,୨୩,୧୦୦               +୧.୭୯%
ଅକ୍ଟୋବର ୭       ୧,୨୦,୯୪୦               +୦.୫୮%
ଅକ୍ଟୋବର ୬       ୧,୨୦,୨୫୦               +୧.୯୭%
ଅକ୍ଟୋବର ୫       ୧,୧୭,୯୫୦               ୦%
ଅକ୍ଟୋବର ୪       ୧,୧୭,୯୫୦               ୦%
ଅକ୍ଟୋବର ୩       ୧,୧୭,୯୫୦               +୦.୫୩%
ଅକ୍ଟୋବର ୨       ୧,୧୭,୩୩୦

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories