www.samajalive.in
Monday, December 15, 2025
26.1 C
Bhubaneswar

ବର୍ତ୍ତମାନ ଓ ଭବିଷ୍ୟତର ଆହ୍ବାନର ମୁକାବିଲା ପାଇଁ ଅର୍ଥନୀତି ପ୍ରସ୍ତୁତ: ପୀୟୁଷ ଗୋୟଲ

ଡ଼େସ୍କ: ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ। ପ୍ରଥମେ ଦେଶ ଦର୍ଶନ ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତା ଦ୍ୱାରା ଭାରତ ପରିଚାଳିତ। ସେ କହିଛନ୍ତି, ଭାରତ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରିଛି। ଶ୍ରୀ ଗୋୟଲ ଆସୋଚାମର ୧୦୫ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି, ଭାରତ ନୂତନ ଗତିଶୀଳତା, ଉତ୍ସାହ ଏବଂ ଆତ୍ମବିଶ୍ୱାସର ସହ ପ୍ରତ୍ୟେକଟି କ୍ଷେତ୍ରରେ ବିଶ୍ଵରେ ପ୍ରତିନିଧିତ୍ୱ କରୁଛି।

ବିଶ୍ୱ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଏବଂ ବିଶ୍ୱସ୍ତ ସହଯୋଗୀ ଭାବରେ ସ୍ୱୀକୃତି ଦେଇଥିବା ବେଳେ ବିଶ୍ଵର ଆହ୍ବାନମୂଳକ ପରିସ୍ଥିତିରେ ଭାରତ ସ୍ଥିରତା ପ୍ରଦର୍ଶନ କରି ଚାଲିଛି ଏବଂ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ପରିଗଣିତ ହୋଇଛି। ଭାରତର ଅଭିବୃଦ୍ଧି ୬.୪ରୁ ୬.୬% ଏବଂ ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ୧.୫୪% ରହିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଦ୍ୱାରା କରାଯାଇଥିବା ଆକଳନକୁ ଦୃଷ୍ଟିରେ ରଖି ମନ୍ତ୍ରୀ କହିଛନ୍ତି, ମରିସସ, ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଦେଶଗୁଡ଼ିକ ସହିତ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱ ସହିତ ଭାରତର ବାଣିଜ୍ୟ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

- Advertisement -

ସେ କହିଛନ୍ତି, ଭାରତ ଏହାର ସ୍ଥାୟୀତ୍ୱ ଲକ୍ଷ୍ୟ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ପୂର୍ବରୁ ୨୫୦ ଗିଗାୱାଟ ନବୀକରଣୀୟ ଶକ୍ତି କ୍ଷମତା ହାସଲ କରିସାରିଛି। ୨୦୩୦ ସୁଦ୍ଧା, ଭାରତ ୫୦୦ ଗିଗାୱାଟ ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କରିବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ସେ ଭାରତର ବାଣିଜ୍ୟ ବ୍ୟବସ୍ଥାକୁ ଦୃଢ କରିବା ଲାଗି ନବସୃଜନ, ସ୍ଥାନୀୟ ଉତ୍ପାଦନ ଏବଂ ଦକ୍ଷ ପରିବହନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories