ଅସଦାଚରଣ ପରେ ଜୀବନ ହାରିଲେ ଦଳିତ ମହିଳା

0

ମୁଜାଫରନଗର: ଉତ୍ତରପ୍ରଦେଶ ରାୟପୁର ଗ୍ରାମରେ ଜଣେ ଦଳିତ ମହିଳାଙ୍କୁ ଦୁଇଜଣ ଅସଦାଚରଣ ଉଦ୍ୟମ କରିବା ପରେ ମହିଳା ଜଣକ ନିଜ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଶବ ନିକଟରୁ ଏକ ସୁସାଇଡାଲ୍‍ ନୋଟ୍‍ ଜବତ କରାଯାଇଛି। ଅସଦାଚରଣ ଯୋଗୁଁ ମାନସିକ ଭାରସମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ସେଥିରେ ଉଲ୍ଲେଖ ରହିଛି। ଉନ୍ନାଓ ନାବାଳିକା ବଳାତ୍କାର ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ରାୟପୁର ଘଟଣା ପୁଣି ଥରେ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ଓ ଶାସନର ଚିତ୍ର ଦେଶବାସୀ ଦେଖିଛନ୍ତି। ଏକ ଇଟାଭାଟିରେ ମହିଳା ଜଣକ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ। ମହିଳା ଓ ତାଙ୍କ ସ୍ୱାମୀ ଫୁଗାନା ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ହେଁ ପୁଲିସ ଏତଲା ରଖି ନ ଥିଲା। ଏହି ଘଟଣାରେ ଥାନା ସବ୍‍ଇନ୍ସପେକ୍ଟର ସୁବାଷ ଚାନ୍ଦଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

Leave A Reply