www.samajalive.in
Saturday, December 6, 2025
17.1 C
Bhubaneswar

ଦୀପାବଳି ପାଳନ ନେଇ ଦ୍ୱନ୍ଦ୍ୱ: କେବେ ପାଳନ ହେବ କହିଲେ ମୁକ୍ତି ପଣ୍ଡିତ ମହାସଭା

ସମାଜ ଡିଜିଟାଲ ଡେସ୍କ: କେଉଁ ଦିନ ପାଳନ କରିବେ ଦୀପାବଳି । ଏନେଇ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି । ୨୦ତାରିଖରେ କିଛି କ୍ୟାଲେଣ୍ଡରରେ ଦୀପାବଳି ପାଳନ ନେଇ ଲେଖାଯାଇଥିବା ବେଳେ ଆଉ କିଛି କ୍ୟାଲେଣ୍ଡରରେ ୨୧ତାରିଖରେ ଲେଖାଯାଇଛି । ତେବେ କେଉଁ ଦିନ ପାଳନ ହେବ ସେନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ମୁକ୍ତ ମଣ୍ଡପର ମହାସଭା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସଠିକ ତାରିଖ ଘୋଷଣା କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ ନେଇ ତାରିଖ ଦ୍ୱନ୍ଦ୍ୱ ଦୂର କରିଛନ୍ତି ମୁକ୍ତ ପଣ୍ଡିତ ମହାସଭା । ୨୦ତାରିଖରେ ହିଁ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ମହାସଭା ପକ୍ଷରୁ କୁହାଯାଇଛି । ୨୦ ତାରିଖ ଅପରାହ୍ନ ୩ଟା ୨୩ମିନିଟରୁ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ମିନିଟ୍‍ ପାଇଁ ଅମାବାସ୍ୟା ଥିବାରୁ ଏହି ଦିନ ପାଳନ କରିବା ହିନ୍ଦୁ ଧର୍ମରେ ଭୁଲ ହେବ । ୨୧ରେ ନୁହେଁ ବରଂ ୨୦ରେ ହିଁ ଦୀପାବଳି ପାଳନ କରିବାକୁ କହିଛନ୍ତି ମୁକ୍ତି ପଣ୍ଡିତ ମହାସଭା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories