ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗରେ ପୁଲିସକୁ ନିସ୍ତୁକ ପିଟିଲେ ଲୋକେ । ପଶ୍ଚିମବଙ୍ଗ ଏଗ୍ରା ମହକୁମା ହସ୍ପିଟାଲ୍ ବାହାରେ ଉତ୍ତ୍ୟକ୍ତ ଲୋକମାନେ ପୁଲିସକୁ ନିସ୍ତୁକ ମାଡ ମାରିଛନ୍ତି । ପୁଲିସ ପୋଷାକ ଚିରି ତଳେ ଘୋଷାଡି ପିଟିଲେ ଉତ୍ତ୍ୟକ୍ତ ଲୋକେ । ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗରୁ ତୁମୁଳକାଣ୍ଡ ଘଟିଥିବା ସୂଚନା ମିଳିଛି । ପରିବରେ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇଥିବା ପୁଲିସ ଉପରେ ରାଗ ଶୁଝାଇଥିଲେ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି ।
Popular Categories



