www.samajalive.in
Friday, December 5, 2025
20.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ପିଟି ପିଟି ହତ୍ୟା !

ଅନୁଗୋଳ: ଅନୁଗୋଳ ସଦର ଥାନା ଚନ୍ଦ୍ରବାହଳ ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଚନ୍ଦ୍ରବାହଳ ଗାଁର ନନ୍ଦକିଶୋର ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ନନ୍ଦକିଶୋର ରାଉତଙ୍କ ସହ ସରୋଜ ବେହେରାଙ୍କ ପୂର୍ବରୁ ଜମିବାଡିକୁ ନେଇ ବିବାଦ ଥିଲା । ଗତ କିଛି ତଳେ ସରୋଜଙ୍କ ଟ୍ରକ ନନ୍ଦ କିଶୋରଙ୍କୁ ସାମାନ୍ୟ ଧକ୍କା ଦେଇଥିଲା। ଯେଉଁଥିରେ ନନ୍ଦକିଶୋର ଆହତ ହୋଇଥିବାବେଳେ ସରୋଜ କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଦିନ ଗଡି ଚାଲିଥିଲେ ମଧ୍ୟ ସରୋଜ କ୍ଷତିପୂରଣ ଦେଉ ନଥିବା ବେଳେ ନନ୍ଦକିଶୋରଙ୍କ ସହ ଝଗଡା କରୁଥିଲେ। ଆଜି ମଧ୍ୟ ନନ୍ଦକିଶୋର କ୍ଷତିପୂରଣ ମାଗିବାରୁ ସରୋଜ ଝଗଡା କରିବା ସହ ଏକ ବାଡ଼ିରେ ଆକ୍ରମଣ କରିଥିଲେ। ଫଳରେ ନନ୍ଦକିଶୋର ସେଠାରେ ଥିବା ପଥର ଗଦାରେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଘର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories