www.samajalive.in
Saturday, December 6, 2025
14.1 C
Bhubaneswar

କିଛି ବି ଉଡ଼ି ପାରିବ ନାହିଁ, ବାଲିଯାତ୍ରାରେ ଉଭୟ ପଡ଼ିଆ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା

କଟକ: ବଢିଲା ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ତାରିଖ । ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ବା ଦୋକାନ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା ଅନେକ ବ୍ୟବସାୟୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ । ଏପରିକି ହାତରେ କମ୍ ସମୟ ରହିଥିଲା । ଏହି କାରଣରୁ ସମୟ ସୀମା ବୃଦ୍ଧି କରାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ପଞ୍ଜୀକରଣ ଜାରି ରହିଛି । ବାରବାଟି ପ୍ୟାଲେସ ଠାରେ ଦୈନିକ ସକାଳ ୧୦ଟାରୁ ସଂଧ୍ୟା ୫ଘଟା ୩୦ ଯାଏଁ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ଅନୁଷ୍ଠାନ ତଥା ବ୍ୟବସାୟୀ www.baliyatra.net ୱେବ୍ ସାଇଟରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ, ଶେଷ ସମୟ ଭିଡ଼ ଏଡାଇବା ନିମନ୍ତେ ଯଥାଶୀଘ୍ର ପଞ୍ଜୀକରଣ କରାଇ ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସେହିପରି ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ଅବଧିକୁ “ଡ୍ରୋନ୍ ମୁକ୍ତ ଅଞ୍ଚଳ” ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ପ୍ରତିବର୍ଷ ପ୍ରାୟ ୫୦ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ବି ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆର ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ଏହି ମେଳା ଆୟୋଜିତ ହେବ। ସୁରକ୍ଷା, ନିରାପତ୍ତା ଦୃଷ୍ଟିରୁ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ  ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆ ଏବଂ ଆଖପାଖ ଅଞ୍ଚଳ ଉପରେ ପାରା ଗ୍ଲାଇଡର୍, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ୟୁଏଭି କିମ୍ବା ଡ୍ରୋନ୍ ଉଡ଼ାଣକୁ ନିଷେଧ କରିବା ସହ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆ ଠାରୁ ୫ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ “ଡ୍ରୋନ୍ ମୁକ୍ତ ଅଞ୍ଚଳ” ଭାବରେ ଘୋଷଣା କରିଛନ୍ତି।  ନଭେମ୍ବର ୧ ତାରିଖ ଠାରୁ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳ ଡ୍ରୋନ୍ ମୁକ୍ତ ରହିବ । ଏହି ଆଦେଶର ଉଲ୍ଲଂଘନ କଲେ ଏନଫୋର୍ସମେଣ୍ଟ ଦଳ ଦ୍ୱାରା ନିଷିଦ୍ଧ ସାମଗ୍ରୀ ଜବତ କରାଯିବ, ଦରକାର ପଡ଼ିଲେ ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ତେଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ଅବଧି ମଧ୍ୟରେ ଏପରି କୌଣସି ଉପକରଣ ପରିଚାଳନା କରିବା ପୂର୍ବରୁ କଟକର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ ଅନୁରୋଧ କରାଯାଇଛି। ଆସନ୍ତା  ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ହେବାକୁ ଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories