www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବରୁ କଂଗ୍ରେସ ଜିତିଛି, ଏଥର ବି ଜିତିବ- ଜୟଦେବ

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଏଠାରେ ବିଜେଡି ବାଜିମାତ କରିବ ବୋଲି ଦୃଢୋକ୍ତି ବାଢୁଥିବା ବେଳେ କଂଗ୍ରେସ ବି ଜିତିବ ବୋଲି କହିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନୂଆପଡାରେ ପୂର୍ବରୁ କଂଗ୍ରେସ ବାଜିମାତ କରିଛି । ପୂର୍ବରୁ କଂଗ୍ରେସ ଉପନିର୍ବାଚନ ଜିତିଛି, ଏଥର ବି ଜିତିବ । ଏଠାରେ କଂଗ୍ରେସର ଲଢେଇ ବିଜେପି ନୁହେଁ ବିଜେଡି ସହିତ ହେବ ।
କଂଗ୍ରେସ ନୂଆପଡାରେ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏଠାରେ ଦଳ ଘାଶିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ଦଳ ଘାସିରାମଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି । ପିସିସି ସଭାପତିଙ୍କ ନେତୃତ୍ୱରେ ଦଳ ନୂଆପଡାରେ ନ୍ୟାୟ ସମାବେଶ କରିଛି । ଏଠାରେ କଂଗ୍ରେସ କିପରି ବିଜୟ ଲାଭ କରିବ ଏବଂ ନୂଆପଡାରେ ନ୍ୟାୟ ସ୍ଥାପନା ପାଇଁ ନୂଆପଡାବାସୀଙ୍କ ଆଶିର୍ବାଦ କାମନା କରି ନିକଟତର ହେଉଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories