www.samajalive.in
Friday, December 5, 2025
20.1 C
Bhubaneswar

କଟକ ଘଟଣାକୁ ନେଇ ସମ୍ବଲପୁରରେ ପୁଲିସ ସତର୍କ

ସମ୍ବଲପୁର:  ଦୁର୍ଗାପୁଜା ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ କଟକ ସହରରେ ସ୍ଥିତି ଅଶାନ୍ତ ରହିଛି । ୨ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଯୋଗୁଁ ରବିବାର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାର ଲକ୍ଷ୍ୟ କରି ପ୍ରଶାସନ ତରଫରୁ ରବିବାର ରାତ୍ରିରୁ ଆଗାମି ୩୬ ଘଣ୍ଟା ପାଇଁ କିଛି ଅଞ୍ଚଳରେ କର୍ଫ୍ୟୁ ଲଗାଇବା ସହିତ ଇଣ୍ଟରନେଟ୍‍ ସେବାକୁ ମଧ୍ୟ ବାତିଲ କରାଯାଇଛି । ଏହି ସ୍ଥିତିକୁ ଧ୍ୟାନରେ ରଖି ସମ୍ବଲପୁର ପୁଲିସକୁ ୨୦୨୩ ମସିହାର ସାମ୍ପ୍ରଦାୟିକ ହିଂସା ଓ ପୁଲିସ ମାଡ ଖାଇବା ଘଟଣା ମନେ ପଡିଯାଇଛି । ଏଣୁ ସମ୍ବଲପୁର ପୁଲିସ ପକ୍ଷରୁ ରବିବାର ଠାରୁ ସହରର ବିଭିନ୍ନ ଅଞ୍ଚଳ ସମେତ ଧନୁପାଲି ଥାନାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ ସହିତ ସଶସ୍ତ୍ର ପୁଲିସ ବଳ ମୁତୟନ କରାଯାଇଛି ।

ଏଥିସହ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚେକ ପୋଷ୍ଟ ଗୁଡିକ ଲଗାଯାଇ ଯାନାବାହନ ଗୁଡିକୁ କଡାକଡି ଯାଞ୍ଚ କରାଯାଉଛି ।  ସମ୍ବଲପୁର ଏସପି ଖୋଦ ନିଜେ ଧନୁପାଲି ଥାନା ବାରମ୍ବାର ପରିଦର୍ଶନ କରିବା ସହିତ ସ୍ପର୍ଶକାତର ଅଞ୍ଚଳ ପରିଦର୍ଶନ କରିବା ସହିତ ପୁଲିସ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ଜିଲା ପୁଲିସ ପକ୍ଷରୁ ସମ୍ବେଦନଶୀଳ ଗୁଡିକ ଅଞ୍ଚଳରେ ବିଭିନ୍ନ ପ୍ରକାରର ଟେକନିକାଲ ସର୍ଭିଲାନ୍ସ, ଡ୍ରୋନ ଓ ପାରମ୍ପରିକ ସୁତ୍ରରୁ ନିରନ୍ତର ତଥ୍ୟ ସଂଗ୍ରହ କରି ବିଶ୍ଲେଷଣ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଥିବାର ଜଣାପଡିଛି ।

- Advertisement -

ସୁଚନାଯୋଗ୍ୟ ଯେ, ୧୨ ଏପ୍ରିଲ ୨୦୨୩ ମସିହାରେ ହନୁମାନ ଜୟନ୍ତୀ ପାଳନ ନିମନ୍ତେ ହେଉଥିବା ବାଇକ ରାଲିକୁ ପଥର ମାଡ ଓ ଆକ୍ରମଣ କରାଯାଇଥିଲା । ଉକ୍ତ ଆକ୍ରମଣରେ ପୁଲିସ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ଥିବା ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏହା ପରେ ସମ୍ବଲପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ବଢ଼ି ଯାଇଥିଲା ଏବଂ ଏହାକୁ ଶାନ୍ତି କରିବାକୁ ସେ ସମୟରେ ପ୍ରଶାସନକୁ ପ୍ରାୟ ୨୦ଦିନ ସମୟ ଲାଗିଥିଲା । ସମ୍ବଲପୁର ସହରରେ କର୍ଫ୍ୟୁ ଲାଗିବା ସହିତ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଇନ୍ଟରନେଟ ସେବା ବନ୍ଦ ରହିଥିଲା ।

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories