www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଷା ବିତ୍ପାତ; ଘରେ ପଶିଲା ପାଣି, ପୋଲ ଉପରେ ପାଣି ପ୍ରବାହିତ ଯୋଗୁ ଯାତାୟାତ ବନ୍ଦ

ପାତ୍ରପୁର: ଚଳିତ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଦୁର୍ଗମ ମହାଲିମ୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ପାଣି ପଶିବାରୁ କାନ୍ଥ ଭୁଶୁଡ଼ି ପଡିଛି। ସେହି ପରି ତିନିଟି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି। ଗୁରୁବାର ସକାଳ ଠାରୁ ଅନବରତ ବର୍ଷା ହେବା ଫଳରେ ବାଘଲଟି ଠାରେ ୧୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଫଳରେ ବାଘଲଟି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୯୭.୫୫ରେ ପହଞ୍ଚିଛି।

ବର୍ଷା ହେବା ଫଳରେ ମହେନ୍ଦ୍ର ତନୟା ନଦୀରେ ପାଣି ଆସିବା ଫଳରେ ବୁରାତାଲ ଠାରୁ ଜାମଗଣ୍ଡ ରାସ୍ତାରେ ନିର୍ମିତ କାଠ ପୋଲ ଉପର ଦେଇ ପାଣି ପ୍ରଭାବିତ ହେବାରୁ ଯାତାୟତ ବନ୍ଦ ରହିଛି। ସେହି ପରି ଆଙ୍କୁଲି ପଂଚାୟତ ଠାରୁ ଆମ୍ବ ନାଳରେ ପାଣି ଆସିବା ଫଳରେ କମ୍ପୁଟ ବାଡ଼ ଠାରୁ କୁମ୍ଭାର ଦଲି ଯିବା ରାସ୍ତା ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ କମ୍ପୁଟ ଗ୍ରାମକୁ ଯାତାୟାତ ବନ୍ଦ ରହିଥିଲା।

- Advertisement -

ବର୍ଷା ଯୋଗୁଁ ଦିଗପହଣ୍ଡି ବ୍ଲକର ଭ୍ରମରପୁର ଠାରୁ ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ଯିବା ରାସ୍ତାରେ ବାତରଡ଼ା ନାଳରେ ନିର୍ମାଣ ଚାଲିଥିବାକର୍ଲଭଟ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ ପାତ୍ରପୁର ବ୍ଳକର ଖାରିଆଗୁଡ଼ା,ତୁରୁବୁଡ଼ି ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ସହିତ ଭ୍ରମର ପୁର ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ସେହିପରି ପୋଇ ଚାନ୍ଦିଆ ନଦୀ ପାଣି ପାତ୍ରପୁର ବ୍ଳକ ମନ୍ଦରଡ଼ା ପଂଚାୟତ ତିନି ଘରିଆ ଗ୍ରାମ ଦଳିତ ସାହି ପାର୍ଶ୍ଵ ଦେଇ ପ୍ରବାହିତ ହେଉଛି। ବୁରାତାଲ ପଂଚାୟତ ମହାଲିମ୍ବ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପାଣି ପଶିଯିବା ଫଳରେ କାନ୍ଥ ଭୁଶୁଡ଼ି ପଡିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories