ସମାଜ ଡିଜିଟାଲ ଡେସ୍କ: ଗଜପତି ଜିଲା ମୋହନାରେ ଲଗାଣ ବର୍ଷାରେ ପାହାଡରୁ ମାଟି ଅତଡା ଓ ପଥର ଖଣ୍ଡ ଧସିଛି । ଲୁହାଗୁଡିରୁ ବାଲିବାଡ ମଧ୍ୟରେ ମାଟି ଅତଡା ସହ ଗଛ ପଡିବାରୁ ରାସ୍ତା ଅବରୋଧ ହୋଇଛି । ଫଳରେ ୫ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଲଗାଣ ବର୍ଷା ଯୋଗୁଁ ମୋହନାର ବାଲିବାଡ ଗାଁରେ କାନ୍ଥ ଭୁଶୁଡି ୩ଜଣ ଆହତ ହୋଇଛନ୍ତି । ଗୋଟିଏ ପରିବାରର ବାପା, ପୁଅ, ନାତି ଆହତ ହୋଇଥିବା ସୂଚନା ମିଳିଛି ।
Popular Categories



