www.samajalive.in
Saturday, December 6, 2025
17.1 C
Bhubaneswar

ଗାନ୍ଧୀ ଥିଲେ ଅଛନ୍ତି ଓ ରହିଥିବେ: ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ଡେସ୍କ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ଭାରତର ପରିଚୟ ଅଟନ୍ତି। ଗାନ୍ଧୀଙ୍କ ପୂର୍ବରୁ ବିଶ୍ୱରେ ସତ୍ୟ, ଅହିଂସା ଓ ସତ୍ୟାଗ୍ରହ ମାର୍ଗରେ ଅନେକ ମନିଷୀ କାର୍ଯ୍ୟ କରିବାର ନଜୀର ରହିଛି। ହେଲେ ଗାନ୍ଧୀଜୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯେ, ନିଜେ ସତ୍ୟ, ଅହିଂସା ଓ ସତ୍ୟାଗ୍ରହ ମାର୍ଗରେ ଚାଲିବା ସହିତ ତାଙ୍କ ସମୟର ସମାଜକୁ ସତ୍ୟାଗ୍ରହ ମାର୍ଗରେ ପରିଚାଳିତ କରାଇ ପାରିଥିଲେ। ଆମେ ଗର୍ବିତ ଆମେ ଭାରତୀୟମାନେ ଗାନ୍ଧୀଙ୍କ ଦେଶରେ ଜନ୍ମ ଲାଭ କରିଛନ୍ତି ବୋଲି ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଗାନ୍ଧୀ ଭବନଠାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।

ବିଶିଷ୍ଟ ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପ୍ରଥମେ ପ୍ରଫେସର ସ୍ବପ୍ନା ମହାପାତ୍ର ସର୍ବ ଧର୍ମ ପ୍ରାର୍ଥନା ଗାନ କରିବା ସହିତ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ ଆବୃତ୍ତି କରିଥିଲେ। ଏହି ସଭାରେ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି ଡ ସତ୍ୟ ରାୟ, ସମ୍ପାଦକ ଜୟନ୍ତ କୁମାର ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରଦେଶ ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡ କ୍ଷିତିଶ ଚନ୍ଦ୍ର ମହାନ୍ତି, ଧୃବାନନ୍ଦ ଶରଣ, ଶ୍ରୀତମ ଦାସ, ପ୍ରଫେସର କର୍ମଦେବ ମହାରଣା, ପ୍ରଫେସର ସେକ କଲିମୁଲ୍ଲା, ସୁରଜିତ ସିଂହ, ଅର୍ଚ୍ଚନା ରାଣୀ ଭୂୟାଁ, ପ୍ରସନ୍ନ ମହାପାତ୍ର, ଅକ୍ଷୟ ପଟ୍ଟନାୟକ, ହରିହର ସେନ, ଅନିମା ରାୟ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଶେଷରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡାକ୍ତର ବିଶ୍ୱଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories