www.samajalive.in
Saturday, December 13, 2025
14.1 C
Bhubaneswar

ଦଶରା କାର୍ଯ୍ୟକ୍ରମରେ ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ ‘ଦଶରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ କମିଟିର ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ନାରାୟଣ ମିଶ୍ର, ବିଶିଷ୍ଟ ଅତିଥି ଭାବେ ବିଜେପି ଜିଲା ସଭାପତି ଶ୍ରୀବତ୍ସ ବେହେରା, ସମ୍ମାନୀୟ ଅତିଥି ଭାବେ ଗୋଇମୁଣ୍ଡ ପଞ୍ଚାୟତ ସରପଞ୍ଚ କାଳିଆ ସରାଫ, ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ଓ ବରିଷ୍ଠ ଚିତ୍ରଶିଳ୍ପୀ ଘନଶ୍ୟାମ ମନହୀରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏଇ ଦୁର୍ଗା ପୂଜା ଗ୍ରାମାଞ୍ଚଳର ଏକତା, ଭାଇଚାରା,କଳା, ସଂସ୍କୃତିକୁ ଉଜ୍ଜୀବିତ କରି ଦୀର୍ଘ ବର୍ଷର ଏକତାର ସ୍ବାକ୍ଷର ବହନ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ଅଞ୍ଚଳର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବ ସନ୍ଧ୍ୟାରେ ଆୟୋଜିତ ଦଶରା କାର୍ଯ୍ୟକ୍ରମରେ କମିଟି ସଭାପତି ଅକ୍ଷୟ ସାହୁ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ, ଉପ ସଭାପତି ଧନସିଂ ବାଗ ପ୍ରମୁଖ ଉପସ୍ଥିତ ରହି ଗାଁ ସାମ୍ବାଦିକ ଗୌରବ ସମ୍ମାନରେ ସାମ୍ବାଦିକ ରାଧେଶ୍ୟାମ ମେହେରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories